fbpx

କୋଟିପତି ଭିକାରୀ: ହ୍ୱିଲ ଚେୟାରରେ ବୁଲିବୁଲି ଭିକ ମାଗୁଥିବା ମହିଳାଙ୍କ ଆକାଉଣ୍ଟରୁ ମିଳିଲା ୧କୋଟି ୪୨ ଲକ୍ଷ ଟଙ୍କା, ଗିରଫ କଲା ପୁଲିସ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ୧କୋଟି ୪୨ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ ଏହି ମହିଳା ଜଣକ ୫ଟି କୋଠାର ମାଲିକ ମଧ୍ୟ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ସୂଚନା ଯୋଗ୍ୟ ଯେ, ନଫିସା ନାମ୍ନୀ ଏହି ଭିକାରୀ ଜଣକ ଇଜି୍ଟରେ ବାସ କରନ୍ତି । ତାଙ୍କ ବୟସ ୫୭ ବର୍ଷ । ପୋଲିସ ଏବେ ଏହି ମହିଳାଙ୍କୁ ଗିରଫ କରି ପଚରା ଉଚୁରା ଚଳାଇଛି । ମହିଳା ଜଣକ ହ୍ୱିଲ ଚେୟାରରେ ବସି ବଜାରରେ ଭିକ ମାଗୁଥିଲେ । ସେ ନିଜକୁ ଏଭଳି ଦେଖାଇବାକୁ ଚେଷ୍ଟା କରୁଥିଲେ, ଯେପରି  ତାଙ୍କର ଗୋଡ଼ ନାହିଁ । ଇଜି୍ଟର ଅନେକ ରାଜ୍ୟ ବୁଲି ବୁଲି ସେ ଭିକ ମାଗୁଥିଲେ । କେବଳ ଭିକ ମାଗିବା ସମୟ ତକ ସେ ହ୍ୱିଲ ଚେୟାରରେ ବସି ରହୁଥିଲେ । ବାକି ସମୟ ସେ ଗୋଡ଼ରେ ଚଲାବୁଲା କରୁଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା । ତାଙ୍କର କୌଣସି ରୋଗ ନାହିଁ ବୋଲି
ଜଣାପଡ଼ିଥିଊଲା । ତାଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ୧କୋଟି ୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.