ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟିକାକରଣ ପଲିସି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କେନ୍ଦ୍ର ସରକାରଙ୍କୁ ପଲିସି ସହ ଜଡିତ ସମସ୍ତ ଦଲାଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିୱାଇ ଚନ୍ଦ୍ରଚୂଡ, ଏଲ ନାଗେଶ୍ୱର ରାଓ ଓ ଏସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ କରୋନା ସହ ଜଡିତ ମାମଲାର ଶୁଣାଣି ସମୟରେ ୩ କରୋନା ଟିକା କିଣିବାର ସମସ୍ତ ତଥ୍ୟ ମଗାଯାଇଛି ।
ଏହା ପୂର୍ବରୁ ୩୦ ଏପ୍ରିଲରେ କୋଭିଡ ମ୍ୟାନେଜମେଣ୍ଟ ଉପରେ ଶୁଣାଣି ସମୟରେ ନୂଆ ଭ୍ୟାକ୍ସିନ୍ ପଲିସିକୁ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଥିଲେ । ଏନେଇ ମେ’ ୯ରେ କୋର୍ଟରେ ଜବାବ ଦାଖଲ କରିଥିଲା କେନ୍ଦ୍ର । କେନ୍ଦ୍ର କହିଥିଲା ଯେ, ଭ୍ୟାକ୍ସିନ ପଲିସି ‘ନ୍ୟାୟସଙ୍ଗତ ବିତରଣ’ ସୁନିଶ୍ଚିତ କରେ ଓ ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକତା ନାହିଁ । ଏପ୍ରିଲ ୩୦ରେ କୋର୍ଟ କହିଥିଲେ ଯେ, ଯେଉଁ ପଦ୍ଧତିରେ ନୂଆ ପଲିସି ପ୍ରସ୍ତୁତ କରାଯାଇଛି, ତାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ଜନସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।