fbpx
BJD SKY
BJD SKY

ମେହୁଲ ଚୋକସିଙ୍କ ପତ୍ନୀ ଆଣିଲେ ଅଭିଯୋଗ, କହିଲେ ସ୍ୱାମୀଙ୍କୁ ଦିଆଯାଉଛି ଶାରୀରିକ ନିର୍ଯ୍ୟାତନା

BJD

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି କୁ ଗିରଫ କରିଛି ଡୋମିନିକାନ ପୋଲିସ । ତେବେ ଭାରତରୁ ଠକେଇ କରି ବିଦେଶରେ ଲୁଚିଥିବା ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ସିବିଆଇର ଏକ ଟିମ ଡୋମିନିକାନରେ ପହଞ୍ଚିଛି । ଅନ୍ୟପଟେ ତାଙ୍କ ପତ୍ନୀ ପ୍ରୀତି ଚୋକସି ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ହଇରାଣ କରାଯାଉଛି। କେବଳ ଏତିକି ନୁହେଁ ଆଣ୍ଟିଗୁଆ କାନୁନ ଉପରେ ତାଙ୍କର ବିଶ୍ୱାସ ଅଛି ବୋଲି ସେ କହିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ ପ୍ରୀତି ଚୋକସି କହିଛନ୍ତି, ‘ମୋ ସ୍ୱାମୀଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି । ସେ ଆଣ୍ଟିଗୁଆର ନାଗରିକ, ଆଣ୍ଟିଗୁଆ ଏବଂ ବାରବୁଦା ସମ୍ବିଧାନ ସେମାନଙ୍କୁ ସମସ୍ତ ଅଧିକାର ଏବଂ ସୁରକ୍ଷା ଦେଇଥାଏ । ମୋର କାରିବିଆନ୍ ଦେଶର ଆଇନର ଶାସନ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସେ ଯଥାଶୀଘ୍ର ଏବଂ ସୁରକ୍ଷିତ ଭାବେ ଆଣ୍ଟିଗୁଆକୁ ଫେରିବା ପାଇଁ ଅପେକ୍ଷା କରିଛୁ ।’

ସେ ଆହୁରି କହିଛନ୍ତି ମେହୁଲ ଚୋକସିଙ୍କୁ ଶାରୀରିକ ଉତ୍ପୀଡନ ଦିଆଯିବା ଆମ ପରିବାରକୁ ବହୁତ କଷ୍ଟ ଦେଇଛି । ଶାରିରୀକ କଷ୍ଟ ଦେବା ଏହା ତାଙ୍କର ମାନବାଧିକାରର ଅବହେଳନା । ଯଦି କେହି ତାଙ୍କୁ ଜୀବିତ ଆଣିବାକୁ ଚାହୁଁଥିଲେ ତେବେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେବାର ଆବଶ୍ୟକ କେଉଁଠୁ ଆସିଲା? ମେହୁଲ ଚୋକସିଙ୍କ ଗଲଫ୍ରେଣ୍ଡ ବିଷୟରେ ସେ କହିଛନ୍ତି, ‘ମଡିଆରେ ଦେଖାଯାଉଥିବା ମହିଳା ସେ ମହିଳା ନୁହେଁ ।’

ସୂଚନାଯୋଗ୍ୟ, ମେହୁଲ ଚୋକସିକୁ ଅବୈଧ ଭାବରେ ଡୋମିନିକାରେ ପ୍ରବେଶ କରିଥିବା ନେଇ ଗିରଫ କରାଯାଇଛି । ସିବିଆଇର ଡିଆଇଜିଙ୍କ ନେତୃତ୍ୱରେ ଏକ ଟିମ ଡୋମିନିକାରେ ପହଞ୍ଚିଛି ଏବଂ ଯଦି କାରିବିଅନ ଦ୍ୱୀପର ଅଦାଲତ ଫେରାର ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଭାରତ ନିର୍ବାସିତ କରିବାର ଅନୁମତି ଦେବେ ତେବେ ତାଙ୍କୁ ଭାରତକୁ ଫେରାଇ ଅଣାଯିବ ।

Get real time updates directly on you device, subscribe now.