fbpx

ଟି- ୨୦ ବିଶ୍ୱକପ୍‌ ଆୟୋଜନ: ବିସିସିଆଇକୁ ସମୟ ଦେଲା ଆଇସିସି, ଭେନ୍ୟୁ ଚୟନକୁ ନେଇ ଯୋଜନା ପ୍ରସ୍ତୁତି ଚାଲିଛି…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର) : ଚଳିତ ବର୍ଷ ଭାରତ ଟି- ୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବା ବେଳେ କରୋନା ପରିସ୍ଥିତି ନେଇ ସମସ୍ୟାରେ ପଡିଛି । କାରଣ କରୋନା ପ୍ରଭାବ ଜାରି ରହିଥିବା ବେଳେ ଭାରତରେ ଏହି ବିଶ୍ୱକପ ଆୟୋଜନ କରିବା ସମ୍ଭବ ହୋଇ ପାରିବ ନାହିଁ ବୋଲି ବିସିସିଆଇ ଅନୁଭବ କରୁଛି । ତେଣୁ ଆବଶ୍ୟକ ପଡିଲେ ଏହି ବିଶ୍ୱକପ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିବାକୁ ବିସିସିଆଇ ବିଚାର ବିମର୍ଷ ଚଳାଇଛି ।କାରଣ କରୋନା ସଂକ୍ରମଣ ନେଇ ବାହାର ଦେଶ ଖେଳାଳି ଭାରତରେ ବିଶ୍ୱକପ୍‌ ଖେଳିବାକୁ ଭୟ କରୁଛନ୍ତି । ସେହି ଦୃଷ୍ଟିରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିବା ନେଇ ବିସିସିଆଇ ଯୋଜନା କରୁଛି ।

ଆସନ୍ତା ଅକ୍ଟୋବର -ନଭେମ୍ବର ମାସରେ ବିଶ୍ୱକପ ଅନୁଷ୍ଠିତ ହେବାର ଅଛି । ତେବେ କରୋନା ଯୋଗୁ ଅଧାରୁ ବନ୍ଦ ହୋଇ ଯାଇଥିବା ଆଇପିଏଲର  ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର- ଅକ୍ଟୋବର ମାସରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବାରୁ ଟି-୨୦ ବିଶ୍ୱକପ ଏକମାସ ଘୁଞ୍ଚାଇବା ପାଇଁ ଚାହୁଁଛି । ତେଣୁ ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୋର୍ଡ ବୈଠକରେ ବିସିସିଆଇ ଏହି ପ୍ରସ୍ତାବ ଦେଇଥିଲା  ଆଇସିସି ଏଥିରେ ରାଜି ହୋଇ ଜୁନ ୨୮ ପର୍ଯ୍ୟନ୍ତ ସମୟ ଦେଇଛି । ଏହି ସମୟରେ ମଧ୍ୟରେ ବିସିସିଆଇ ବିଶ୍ୱକପ୍‌ ଘରୋଇ ଭେନ୍ୟୁରେ ନା ଅନ୍ୟ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରିବା ନେଇ ବିସିସିଆଇ ଯୋଜନା କରୁଛି।

ସେହିପରି ଆଇପିଏଲ ଆୟୋଜନ ନେଇ ୟୁନାଇଟେଡ ଆରବ ଏମିରେଟ୍ସ କ୍ରିକେଟ ବୋର୍ଡ ସହ ଆଲୋଚନା କରିବା ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଦୁବାଇ ଯିବାକାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.