fbpx
BSKY
BJD MC SKY
BJD YOUTH SKY

ଅଡୁଆ ବଢୁଥିବା ଦେଖି ବଦଳିଲା ମେହୁଲ ଚୋକସିଙ୍କ ସ୍ଵର, କହିଲେ- ପଳାୟନ କରିନି, ଏହି କାରଣରୁ ଦେଶ ଛାଡିଛି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ନିଜର ଅଡୁଆ ବଢୁଥିବା ଦେଖି ସ୍ଵର ବଦଳାଇଛନ୍ତି। ପିଏନବିରୁ ହଜାର ହଜାର କୋଟି ଟଙ୍କା ଲୁଟି ଦେଶରୁ ଫେରାର ହୋଇଥିବା ଚୋକସି ଏବେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଭାରତୀୟ ଏଜେନ୍ସିଙ୍କଠୁ ଖସି ପଳାଉ ନାହିଁ ବରଂ ନିଜ ଚିକିତ୍ସା ପାଇଁ ଦେଶ ଛାଡିଛି। ସେ ନିଜକୁ ଆଇନର ସମ୍ମାନ କରୁଥିବା ନାଗରିକ ଦର୍ଶାଇଛନ୍ତି। ଭାରତୀୟ ଏଜେନ୍ସିଙ୍କୁ ତାଙ୍କର ସାକ୍ଷାତକାର ନେବାକୁ ଆମନ୍ତ୍ରଣ ଦେଇଥିବା କହିଛନ୍ତି ଚୋକସି।

ଚୋକସି ସଂପ୍ରତି ଡୋମିନିକା ଜେଲ୍‌ରେ ବନ୍ଦୀ ଅଛନ୍ତି।  ସେଠାରେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ କେସ୍‌ ଜାରି ରହିଛି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୬୨ ବର୍ଷୀୟ ହୀରା ବ୍ୟବସାୟୀ ଚୋକସି ଡୋମିନିକା ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ମୁଁ ଭାରତୀୟ ଏଜେନ୍ସିଙ୍କୁ ମୋର ସାକ୍ଷାତକାର ନେବା ଏବଂ ତଦନ୍ତ ସମନ୍ଧିତ ଯେ କୌଣସି ପଚରାଉଚୁରା କରିବାକୁ ଆମନ୍ତ୍ରିତ କରୁଛି। ମୁଁ ଭାରତୀୟ ଏଜେନ୍ସିଙ୍କଠୁ ଖସି ପଳାଉ ନାହିଁ। ଆମେରିକାରେ ଚିକିତ୍ସା କରାଇବା ପାଇଁ ଯେବେ ମୁଁ ଦେଶ ଛାଡିଲି ସେହି ସମୟରେ ମୋ ବିରୋଧରେ କୌଣସି ଓ୍ଵାରେଣ୍ଟ ଜାରି ନଥିଲା।

ଚୋକସି ୨୦୧୮ ଜାନୁଆରୀରେ ଦେଶ ଛାଡି ସାରିଥିଲେ। ୧୩,୫୦୦ କୋଟି ଟଙ୍କାର ପିଏନବି ଘୋଟାଲା ସାମ୍ନାକୁ ଆସିବା ପୂର୍ବରୁ ଚୋକସି ଦେଶ ଛାଡି ସାରିଥିଲେ ଏବଂ ସେ ଏବେ ଡୋମିନିକା ଜେଲରେ। ଗତ ମେ ୧୩ରୁ ଚୋକସି ଆଣ୍ଟିଗୁଆ ଓ ବାରମୁଡାରୁ ଗାଏବ ହୋଇ ଯାଇଥିଲେ। ଇଣ୍ଟରପୋଲର ୟେଲୋ ନୋଟିସ୍ ଆଧାରରେ ତାଙ୍କୁ ଡୋମିନିକାରୁ ଗିରଫ କରାଯାଇଥିଲା। ଏହା ପରଠୁ ଭାରତ ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଛନ୍ତି।

ଡୋମିନିକା ହାଇକୋର୍ଟ ଚୋକସିଙ୍କ ମାମଲାର ଶୁଣାଣି ଜୁନ ୩ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହା ପରେ ତାଙ୍କୁ ଆଣିବାକୁ ଯାଇଥିବା ଭାରତର ଆଠ ଜଣିଆ ଟିମ୍ ଖାଲି  ହାତରେ ଜୁନ ୪ରେ ଡୋମିନିକାରୁ ଫେରି ଆସିଥିଲେ।

Get real time updates directly on you device, subscribe now.