fbpx

ଦୁନିଆର ସବୁଠାରୁ ବିପଦଜନକ ପିମ୍ପୁଡି, କାମୁଡିବାର ୧୫ ମିନିଟ୍ ଭିତରେ ହୋଇଯାଏ ମୃତ୍ୟୁ

ଓଡ଼ିଶା ଭାସ୍କର ବ୍ୟୁରୋ: ପୃଥିବୀ ହେଉଛି ଅନେକ ପ୍ରକାରର ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଏବଂ ବିପଦଜନକ ଠାରୁ ସରଳ, ସବୁ ପ୍ରକାରର ଜୀବଜନ୍ତୁ ଏଠାରେ ବାସ କରନ୍ତି । ବେଳେ ବେଳେ ଏପରି କିଛି ଜୀବ ରହିଛନ୍ତି ଯାହା ଅବିଶ୍ୱସନୀୟ ଭାବରେ କାମ କରନ୍ତି । ଏହି କ୍ରମରେ ରହିଛି ବୁଲଡଗ୍ ପିମ୍ପୁଡି । ଏହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ୍ ଉଡିଯିବ । ଏହା କୌଣସି ସାଧାରଣ ପିମ୍ପୁଡି ନୁହେଁ । ଏହା ଏପରି ଏକ ପିମ୍ପୁଡି ଯିଏ କି କାମୁଡିବାର ୧୫ ମିନିଟ ଭିତରେ ମଣିଷ ଜୀବନ ହରାଇବା ସୁନିଶ୍ଚିତ ଏବଂ ଏହାର ନାମ ଗିନିଜ୍ ୱାଲଡ୍ ରେକର୍ଡ ରେ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ବୁଲଡଗ୍ ପିମ୍ପୁଡି ବିଷୟରେ ।

ବୁଲଡଗ୍ ପିମ୍ପୁଡି ଦୁନିଆର ସବୁଠାରୁ ବିପଦଜନକ ପିମ୍ପୁଡି ହୋଇଥିବା ବେଳେ ଏହାର ବୈଜ୍ଞାନିକ ନାମ ହେଉଛି ମିରମେକିଆ ପାଇରିଫରମିସ୍ । ଏହା ଖାସ୍ କରି ଅଷ୍ଟ୍ରେଲିୟାର ସମୁଦ୍ର ଅଞ୍ଚଳ ମାନଙ୍କରେ ଦେଖାଯାଆନ୍ତି । ଏହି ପିମ୍ପୁଡି ଆକ୍ରମଣ କରିବା ସମୟରେ ଏକାସାଙ୍ଗରେ ଥଣ୍ଟ ଏବଂ ମାଢ଼ିର ବ୍ୟବହାର କରେ । ଏହି ପିମ୍ପୁଡି ଆକ୍ରମଣରେ ୧୯୩୬ରୁ ଏଯାବତ୍ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ଆକ୍ରମଣାତ୍ମକ ପିମ୍ପୁଡି ଭାବରେ ବୁଲଡଗ୍ ପିମ୍ପୁଡି ବେଶ୍ ପ୍ରସିଦ୍ଧ । ଏହି ପିମ୍ପୁଡି ଆକ୍ରମଣ କରିବା ସମୟରେ ଭୟଙ୍କର ବିଷ ଶରୀରରେ ଛାଡି ଥାଏ । ନିଜ ଶିକାରକୁ ଏହି ପିମ୍ପୁଡି ଲମ୍ବା ଦାନ୍ତପୂର୍ଣ୍ଣ ଥଣ୍ଟରେ ଜାବୁଡି ଥରିଥାଏ । ଏହି ସମୟରେ ସେ ମଣିଷ ଶରୀରରେ ବିଷ ଭରିଦିଏ । ଆଉ ୧୫ ମିନିଟ୍ ଭିତରେ ମଣିଷକୁ ମାରିବା ପାଇଁ ଏହାର ବିଷ ଯଥେଷ୍ଟ କାମ ଦିଏ । ଏହାର ଲମ୍ବ ୨୦ ଏମଏମ୍ ହୋଇଥିବା ବେଳେ ଓଜନ ୦.୦୧୫ ଗ୍ରାମ ।

Get real time updates directly on you device, subscribe now.