fbpx

ଭାରତୀୟଙ୍କୁ ୨୪ ଦିନରେ ଟଙ୍କା ଦୁଇ ଗୁଣ କରି ଫେରାଇବାର ଲୋଭ ଦେଖାଇ ୧୫୦ କୋଟି ଲୁଟିଛନ୍ତି ଚାଇନିଜ ଆପ୍: ୨ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ଜଣେ ତିବ୍ଦତୀୟ ମହିଳା ଓ ଅନ୍ୟ ୮ ଜଣଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଚାଇନିଜ ଆପ୍‌ ଜରିଆରେ ଲୋକଙ୍କୁ ଚୂନ ଲଗାଇବା ଭଳି କାଣ୍ଡ କାରନାମାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ଲୋକଙ୍କୁ ୨୪ ଦିନରେ ଟଙ୍କା ଦୁଇ ଗୁଣ କରି ଫେରାଇବାର ଲୋଭ ଦେଖାଇ ଚାଇନିଜ ଆପ୍‌କୁ ପରିଚାଳନା କରୁଥିବା ବ୍ୟକ୍ତିମାନେ ୧୫୦ କୋଟି ଟଙ୍କା ଲୁଟି ନେଇଛନ୍ତି । ଭାରତ ବର୍ଷରେ ପ୍ରାୟ ୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ପରେ ଦିଲ୍ଲୀ ପୁଲିସ୍‌ ପୂରା ଘଟଣା ଉପରୁ ପରଦା ଉଠାଇଛି । ଏହି ଘଟଣାରେ ଦୁଇ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଜଣେ ତିବ୍ଦତୀୟ ମହିଳା ଓ ଅନ୍ୟ ୮ ଜଣଙ୍କୁ ଗିରଫ କରାଯାଇଛି ।

ତଦନ୍ତରୁ ଜଣାପଡ଼ିଛି ଯେ ଚାଇନିଜ ଆପ୍‌ଗୁଡ଼ିକ ଜାଲରେ ୫ ଲକ୍ଷ ଲୋକ ଫସିଥିବା ବେଳେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ ହୋଇଯାଇଛି । ଆପ ଗୁଡ଼ିକ ପରିଚାଳନା କରୁଥିବା ଲୋକମାନେ ମାତ୍ର ୨ ମାସ ମଧ୍ୟରେ ୧୫୦ କୋଟି ଟଙ୍କା ଭାରତୀୟଙ୍କ ଠାରୁ ଠକି ନେଇଛନ୍ତି । ସେମାନଙ୍କୁ ପ୍ରଥମେ ଟଙ୍କା ଦୁଇ ଗୁଣ ହେବ ବୋଲି ଲୋଭନୀୟ ଅଫର ଦିଆଯାଉଥିଲା । ଏହି ଲୋଭରେ ସେମାନେ ପୁଞ୍ଜି ବିନିଯୋଗ କରୁଥିଲେ । ଏହାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ସେମାନଙ୍କ ଟଙ୍କା ଓ ତଥ୍ୟକୁ ଲୁଟ କରି ଚାଲିଥିଲେ । ପୁଲିସ୍‌ ଏ ସମ୍ପର୍କରେ ସୂଚନା ପାଇବା ପରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ସିଲ୍‌ କରି ୧୧ କୋଟି ଟଙ୍କା ବ୍ଲକ କରିଥିବା
ବେଳେ ଗୁରୁଗ୍ରାମର ଜଣେ ସିଏଙ୍କ ଠାରୁ ୯୭ ଲକ୍ଷ ଟଙ୍କା ଜବତ କରିଛି । ଏହି ସିଏ ଜଣଙ୍କ ଚାଇନିଜ ଠକଙ୍କ ପାଇଁ ପ୍ରାୟ ୧୧୦ଟି ନକଲି କମ୍ପାନୀ ତିଆରି କରିଥିଲେ । ପ୍ରଥମେ ଆପ ପରିଚାଳନା କରୁଥିବା ବ୍ୟକ୍ତିମାନେ ଲୋକମାନଙ୍କ ସହ ଯୋଗାଯୋଗ କରୁଥିଲେ । ସେମାନଙ୍କୁ ୨୪ରୁ ୩୫ ଦିନ ମଧ୍ୟରେ ସେମାନେ ବିନିଯୋଗ କରୁଥିବା ଟଙ୍କା ଦୁଇ ଗୁଣ ହୋଇଯିବ ବୋଲି ଲୋଭନୀୟ ଅଫର ଦେଉଥିଲେ ।ଲୋକଙ୍କୁ ଘଣ୍ଟିକିଆ ଓ ମାସିକ ପେମେଣ୍ଟ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଆପ୍‌ରେ ୩୦୦ ଟଙ୍କାରୁଲକ୍ଷାଧିକ ଟଙ୍କା ବିନିଯୋଗ କରିବାର ବ୍ୟବସ୍ଥା ରହିଥିଲା । ନିକଟରେ ଏପରି ଏକ ଆପ୍‌ ପାୱାର ବ୍ୟାଙ୍କ ଗୁଗଲ ପ୍ଲେ ଷ୍ଟୋରର ନଂ ୪ରେ ଟ୍ରେଣ୍ଡିଂ ମଧ୍ୟ କରୁଥିଲା । ପୁଲିସ୍‌ ଏହି ମହାଦୁର୍ନୀତିର କେମିତି ପର୍ଦ୍ଦାଫାସ କଲା, ତା’ର ତଥ୍ୟ ଡିସିି ଅନେୟଶ ରୟସୂଚନା ଦେଇଛନ୍ତି ।

ସେ କହିଛନ୍ତି, ସାଇବର କ୍ରାଇମ ସେଲ୍‌? ଏକାଧିକ ଲୋକ ସୋଶାଲ ମିଡିଆରେ ଦୁଇଟି ଆପ୍‌ ସମ୍ପର୍କରେ କରୁଥିବା ପୋଷ୍ଟକୁ ପ୍ରଥମେ ତର୍ଜମା କରିଥିଲା । ଏହି ଦୁଇ ଆପ୍‌ ହେଲା ପାୱାର ବ୍ୟାଙ୍କ ଓ EZPlan । ଏସିି ଆଦିତ୍ୟ ଗୌତମଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଟେକ୍ନିକାଲ ଲ୍ୟାବରେ ଆପ ଗୁଡ଼ିକ ଅଧିକ ଖୋଳତାଡ଼ କରିଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ EZPlan ଆପ୍‌ wwwezplan.in ଓ ପାୱାର ବ୍ୟାଙ୍କ ବେଙ୍ଗାଲୁରୁରେ ତିଆରି ହୋଇଛି । କିନ୍ତୁ ଏହାର ମୂଳ ଉତ୍ସ ଚାଇନା ବୋଲି ଖୋଳତାଡ଼ରୁ ସାମ୍ନାକୁ ଆସିଥିଲା । ଏଥିରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କୁ ୫ରୁ ୧୦% ଅର୍ଥ ମିଳୁଥିବା ବେଳେ ବାକି ଟଙ୍କାକୁ ଲୁଟ କରାଯାଉଥିଲା । ଲୋକମାନଙ୍କୁ ଚାଇନିଜ ହ୍ୟାକରମାନେ ହ୍ୱାଟସଆପ ଓ ଟେଲିଗ୍ରାମରେ ମେସେଜ କରି ଏହି ଆପ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ଭାରତରେ ଥିବା କିଛି
ଲୋକଙ୍କୁ ଭଡ଼ାରେ ନକଲି ବ୍ୟାଙ୍କ ଆକାଉଣ୍ଟ, ଶେଲ କମ୍ପାନୀ, ଆପର ବହୁଳ ବ୍ୟବହାର ଓ ଟଙ୍କା କାରବାର ଆଦି କଥା ବୁଝିବାକୁ ନିଯୁକ୍ତ କରାଯାଉଥିଲା । ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପ୍‌କୁ ଡାଉନଲୋଡ କରି ଲୋକ ସବୁ କିଛି ହରାଉଥିଲେ । କେବଳ ଏହି ଦୁଇ ଆପ୍‌ନୁହେଁ, Sun Factory, Lightening Power Bank ଭଳି ଆପକୁ ମଧ୍ୟ ସେମାନେ ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.