ନୂଆଦିଲ୍ଲୀ: ଗୋଟିଏପଟେ କରୋନା ମହାମାରୀ ଦେଶ କଲବଲ ହେଉଥିବାବେଳେ କ୍ରମାଗତ ଭାବେ ଅନେକ ଲୋକଙ୍କ ଜୀବନ ଟଳି ପଡୁଛି । ତେବେ ଏଭଳି ସଂକଟ କାଳରେ ମଧ୍ୟ ରାଜନେତାମାନେ ବିବାଦୀୟ ମତ ଦେବାରୁ ବିରତ ରହୁନାହାନ୍ତି । ସେହିଭଳି ମତ ଦେଇ ବିବାଦ ଘେରକୁ ଆସିଛନ୍ତି ରାଜସ୍ଥାନର ଶକ୍ତି ଓ ଜଳ ମନ୍ତ୍ରୀ ବିଡି କଲ୍ଲା । ଆଗ ପିଲାଙ୍କୁ ଭାକ୍ସିନ୍ ନଦେଇ ବୁଢ଼ାମାନଙ୍କୁ ମୋଦି ସରକାର ଟିକା ଦେଇଦେଲେ ବୋଲି ସେ କହିଛନ୍ତି ।
ମନ୍ତ୍ରୀ କଲ୍ଲା କହିଛନ୍ତି ଯେ ଦେଶରେ ଟିକାକରଣ ନୀତି ପୂରା ଭୁଲ୍ । ଟିକା ପ୍ରଥମେ ପିଲାଙ୍କୁ ଦିଆଯିବା ଦରକାର । ଏହାପରେ ଯୁବକ ଓ ପରେ ବୟସ୍କଙ୍କୁ ଦିଆଯିବା ଉଚିତ୍ । କିନ୍ତୁ ପିଲାମାନେ ଏ ପର୍ଯ୍ୟନ୍ତ ଟିକାକରଣରୁ ବଞ୍ଚିତ ରହିଥିବାବେଳେ ଅନେକ ବୃଦ୍ଧ ଟିକା ନେବା କ୍ଷେତ୍ରରେ କହିଛନ୍ତି ଯେ ବୁଢ଼ା ବୟସରେ ଏସବୁ ନେଇ ଲାଭ କଣ? ମୁଁ ତ ମରିଯିବ କିଛି ନାହିଁ କିନ୍ତୁ ପ୍ରଥମେ ମୋର ନାତି ଓ ପୁଅଙ୍କୁ ଟିକା ଲଗାଅ ବୋଲି କହିଥିବା ନିଜେ ଶୁଣିଛି ବୋଲି ମନ୍ତ୍ରୀ କଲ୍ଲା ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଟିକାକରଣ ନୀତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ମନ୍ତ୍ରୀ କଲ୍ଲା । ପ୍ରଧାନମନ୍ତ୍ରୀଙ୍କ ଭାକ୍ସିନ୍ ନୀତି ଭୁଲ୍ । ଆଗ ପିଲାମାନଙ୍କୁ ଟିକା ଦେବା ଦରକାର କିନ୍ତୁ ସେଭଳି କରାନଯିବା ଦ୍ୱାରା ସବୁ ପ୍ରକାର ସମସ୍ୟା ଉପୁଜିବାରେ ଲାଗିଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ରାଜସ୍ଥାନର ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ର ଜଳ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ମନ୍ତ୍ରୀ କଲ୍ଲାଙ୍କ ମନ୍ତବ୍ୟ ଦେବା ଭିଡିଓ ଅପଲୋଡ୍ କରିବା ସହ କହିଛନ୍ତି ଯେ- ଟିକାକରଣ ନୀତିକୁ ନେଇ ଶ୍ରୀମାନ ବିଡି କଲ୍ଲାଙ୍କ ବିଚାର ଶୁଣନ୍ତୁ । ଭାକ୍ସିନ୍ କିଣାଠାରୁ ଆରମ୍ଭ କରି ନଷ୍ଟ କରିବା ଏବଂ ଲୋକଙ୍କ ଜୀବନ ସହ ଖେଳିବା ଭଳି ରାଜନୀତି କରିବା ପରେ ଏବେ ପିଲା, ଯୁବକ ଓ ବୃଦ୍ଧ କାହାକୁ ଟିକା ଦିଆଯିବା ଦରକାର ଭଳି ପ୍ରସଙ୍ଗରେ ମହାଶୟ ଅଟକି ଯାଇଛନ୍ତି । ଏଭଳି ମର୍ମରେ ମନ୍ତ୍ରୀ କଲ୍ଲାଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶେଖାୱତ ।
श्रीमान बीडी कल्ला जी के टीकाकरण की नीति पर नये विचार सुनिये!
वैक्सीन की खरीद से लेकर बर्बादी तक, लोगो के जीवन के साथ खिलवाड़ करने वाली हर तरह की राजनीति करने के बाद अब इनका अगला कदम बच्चे, बूढ़े और जवान में किसको लगनी चाहिए और किसको नहीं पर टिक गया है।
/1#Rajasthan pic.twitter.com/ue1M6fopt7— Gajendra Singh Shekhawat (@gssjodhpur) June 11, 2021