fbpx

କଡ଼ା ସୁରକ୍ଷା ମଧ୍ୟରେ ଯାଉଥିଲେ ମୁଖ୍ୟମନ୍ତ୍ରୀ, ହଠାତ୍ ଜଣେ ମହିଳାଙ୍କୁ ଦେଖି ମଝି ରାସ୍ତାରେ ଅଟକାଇଲେ ଗାଡ଼ି, ଜାଣନ୍ତୁ ଏହାପରେ କ’ଣ ହେଲା

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ‘ମୁଖ୍ୟମନ୍ତ୍ରୀ ହେବ ତ ଏମିତି’ ଏହି ଦୁଇପଦ କଥା ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି । ଅସଲ କଥା ହେଉଛି, ମୁଖ୍ୟମନ୍ତ୍ରୀ କଡ଼ା ସୁରକ୍ଷା ମଧ୍ୟରେ କାରରେ ଯିବା ସମୟରେ ରାସ୍ତା ମଝିରେ ଜଣେ ମହିଳା ହାତରେ କାଗଜ ଖଣ୍ଡେ ଧରି ଗାଡ଼ିକୁ ଅଟକାଇଥିଲେ । ମୁଖ୍ୟମନ୍ତ୍ରୀ ଗାଡ଼ି ରଖିବା ସହ ମହିଳାଙ୍କ ହାତରୁ କାଗଜ ଖଣ୍ଡିକ ନେଇ ପଢ଼ିଥିଲେ ଓ ଚାଲିଯାଇଥିଲେ । ମହିଳା ଜଣକ କାଗଜ ମଧ୍ୟରେ ନିଜର ଅଭିଯୋଗ ଲେଖିଥିଲେ । ରାସ୍ତା ମଝିରେ ବେଶଭୂଷାରୁ ନିରୀହ ଜଣାପଡ଼ୁଥିବା ଜଣେ ମହିଳାଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟକିବା କିଛି କମ୍ କଥା ନୁହେଁ ।

ତେବେ ଏହି ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି, କିଏ ଏହି ମହିଳା ଆଉ କ’ଣ ଥିଲା ତାଙ୍କର ଅଭିଯୋଗ? ବାସ୍ତବରେ ମହିଳା ଜଣଙ୍କ ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିଲେ । ମୁଖ୍ୟମନ୍ତ୍ରୀ ମହିଳାଙ୍କ ଘର ନିକଟ ଦେଇ ଯିବେ ବୋଲି ମହିଳା ଦିନେ ଖବର ପାଇଥିଲେ । ତେଣୁ ମହିଳା ଜଣକ ନିଜ ଅଭିଯୋଗ ବିଷୟରେ ପୂର୍ବରୁ କାଗଜରେ ଲେଖି ରାସ୍ତାରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ମହିଳାଙ୍କ ଇସାରାକୁ ଲକ୍ଷ୍ୟ କରି ଅଟକି ଥିଲା । ଷ୍ଟାଲିନ୍ ମହିଳାଙ୍କ ହାତରୁ ଅଭିଯୋଗ ପତ୍ର ନେଇ ନିଜେ ପଢ଼ିବା ସହ ଦସ୍ତଖତ କରିଥିଲେ ଆଉ ନିଜ କାର୍ଯ୍ୟରେ ଚାଲିଯାଇଥିଲେ ।

Get real time updates directly on you device, subscribe now.