fbpx

ପଶ୍ଚିମବଙ୍ଗରେ ବିଜେପିକୁ ଜୋରଦାର ଝଟକା: ଦଳ ଛାଡି ଟିଏମସିକୁ ଫେରିଆସିଲେ ୩୦୦ କର୍ମୀ, ଏପରି କରାଗଲା ଶୁଦ୍ଧିକରଣ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଛି ସତ, କିନ୍ତୁ ଏବେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା କର୍ମୀମାନେ ଧିରେ ଧିରେ ଘର ବାହୁଡା କରିବାରେ ଲାଗିଛନ୍ତି । ପଶ୍ଚିମବଙ୍ଗରେ ଦିଦି ଅର୍ଥାତ୍ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପରେ ନେତା ଓ କର୍ମକର୍ତ୍ତାମାନେ ପୁଣି ଥରେ ଦଳକୁ ଫେରିଆସୁଛନ୍ତି, ଯାହାକି ବିଜେପି ପାଇଁ ବଡ ଝଟକା ।

ନିକଟେରେ ମୁକୁଲ ରାୟଙ୍କ ଘର ବାହୁଡା ପରେ ଅନେକ ନେତାଙ୍କ ସମେତ ଗ୍ରାଉଣ୍ଡ ଲେଭଲର ବିଜେପି କର୍ମୀମାନେ ମଧ୍ୟ ଟିଏମସକୁ ଫେରିଆସିଛନ୍ତି । ସୂଚନା ମୁତାବକ, ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଏକସାଙ୍ଗରେ ୩୦୦ ବିଜେପି କର୍ମୀ ଶୁକ୍ରବାର ଦିନ ଟିଏମସିକୁ ଫେରିଛନ୍ତି ।

ରିପୋର୍ଟ ମୁତାବକ, ବୀରଭୂମରେ ତୃଣମୂଳ କଂଗ୍ରେସ ଅଫିସ ଆଗରେ ଅତି କମରେ ୩୦୦ ବିଜେପି ସମର୍ଥକ ଆମରଣ ଅନଶନରେ ବସିଥିଲେ । ଟିଏମସିକୁ ଫେରାଇନେବାକୁ ସେମାନେ ଦାବି କରିଥିଲେ । ପରେ ସମସ୍ତଙ୍କୁ ଟିମଏସିରେ ସାମିଲ କରାଗଲା । ଟିଏମସି ଫେରାଇଆଣିବା ପୂର୍ବରୁ ଗଙ୍ଗାଜଳ ଛିଞ୍ଚାଯାଇ ସେମାନଙ୍କର ଶୁଦ୍ଧିକରଣ କରାଗଲା । ବିଜେପି କର୍ମୀମାନଙ୍କ ଆମରଣ ଅନଶନ ସକାଳ ପ୍ରାୟ ୮ଟାରୁ ଆରାମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ସେମାନଙ୍କୁ ଟିମଏସିରେ ସାମିଲ କରାଯିବା ସମୟରେ ଗଙ୍ଗାଜଳରେ ଶୁଦ୍ଧ କରାଯାଇଥିଲା ।

Get real time updates directly on you device, subscribe now.