ଯୋଗ ଦିବସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଆସନ୍ତା କାଲି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୬.୩୦ ସମୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏଥର ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ୟୋଗା ଫର ୱେଲନେସ୍’/’ସୁସ୍ଥତା ପାଇଁ ଯୋଗ’ ।

କୋଭିଡ -୧୯ ମହାମାରୀକୁ ଦୃଷ୍ଟିରେ ରଖି ଏଥର ଆନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ଟେଲିଭିଜନରେ ସିଧାପ୍ରସାରଣ କରାଯିବ । ଏହି ଟିଭି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ହେବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି ଯେ ଆସନ୍ତାକାଲି ଜୁନ୍ ୨୧ ରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ।

ସେପଟେ ସିଧାପ୍ରସାରଣରେ ଆୟୁଷ ରାଜ୍ୟ ମନ୍ତ୍ରୀ କିରନ ରିଜିଜୁଙ୍କ ସମ୍ବୋଧନ ଏବଂ ମୋରାର୍ଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ ସଂସ୍ଥାନ ଦ୍ୱାରା ଯୋଗ ପ୍ରଦର୍ଶନର ସିଧାପ୍ରସାରଣ ମଧ୍ୟ କରାଯିବ ।