fbpx

ପୁଣି ଥରେ ସିଲ୍ ହେଲା ୟୁନିଟ୍-୪ ଓ ବାପୁଜୀ ନଗର

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗତକାଲି ୟୁନିଟ୍-୧ ହାଟକୁ ସିଲ୍ କରିବା ପରେ ପୁଣି ଥରେ ଆକ୍ସନ୍ ମୋଡ୍ରେ ନଜର ଆସିଛି ବିଏମ୍ସି । ଶନିବାର ବିଏମ୍ସି ପକ୍ଷର ୟୁନିଟ୍-୪ ମାଛ ମାର୍କେଟ୍ ଓ ବାପୁଜୀ ନଗରକୁ ପୁନର୍ବାର ସିଲ୍ କରାଯାଇଛି । ଏହି ଦୁଇ ଅଞ୍ଚଳକୁ ଆଗରୁ ଜୁନ୍ ୨୫ ତାରିଖ ଯାଏଁ ସିଲ୍ କରାଯାଇଥିଲା । ସପ୍ତାହାନ୍ତ ଶଟ୍ଡାଉନ୍ ଜାରି ରହିଥିବା ବେଳେ ସୋମବାରରୁ ଏହି ଦୁଇ ବଜାର ଖୋଲିବା ନେଇ ଆଶା କରାଯାଉଥିଲା । ତେବେ ରାଜଧାନୀ ଭୁବନେଶ୍ୱରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଦୁଇ ସ୍ଥାନକୁ ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି ।

Get real time updates directly on you device, subscribe now.