fbpx

ବିନା ହାର୍ଟରେ ୫୫୫ ଦିନ ଜୀବିତ ରହିଲେ ଏହି ବ୍ୟକ୍ତି; ଜାଣନ୍ତୁ କେମିତି

AAKASH

ନୂଆଦିଲ୍ଲୀ : ହୃଦୟ ବିନା ବଞ୍ଚିବା ଅସମ୍ଭବ। ଜୀବନ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ ହୃଦୟ ଗୋଟିଏ। ଏହା ବିନା ମଣିଷ ବଞ୍ଚିବା କଳ୍ପନା କରାଯାଇ ପାରିବ ନାହିଁ। ମାତ୍ର ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଜଣେ ବ୍ୟକ୍ତି ବିନା ହାର୍ଟରେ କେମିତି ପୂରା ୫୫୫ ଦିନ ଜୀବିତ ରହିଲେ।

ହୃଦୟ ବିନା ବଞ୍ଚିଥିବା ସେହି ବ୍ୟକ୍ତିଙ୍କ ନାମ ଷ୍ଟେନ ଲାର୍କିନ। ୨୫ ବର୍ଷ ପୂର୍ବର ତାଙ୍କ ଜୀବନ ଅନ୍ୟଙ୍କଠୁ ସଂପୂର୍ଣ୍ଣ ଭିନ୍ନ ଥିଲା। ସେ ହୃଦୟଜନିତ ରୋଗରେ ପୀଡିତ ଥିଲେ। ଲାର୍କିନଙ୍କୁ ୨୦୧୬ ମସିହାରେ ୨୫ ବର୍ଷ  ବୟସରେ ନୂତନ ହାର୍ଟ ମିଳିଥିଲା। ମାତ୍ର ଏହା ପୂର୍ବରୁ ତାଙ୍କୁ ହାର୍ଟ ପାଇଁ ଜଣେ ଡୋନରଙ୍କ ଅପେକ୍ଷା  କରିବାକୁ ପଡିଥିଲା। ଏହି ସମୟରେ ତାଙ୍କୁ ଏକ ସିଙ୍କଆର୍କଡିଆ ଡିଭାଇସ ଅର୍ଥାତ ଅପ୍ରାକୃତିକ ହାର୍ଟକୁ ନିଜ ପାଖରେ ରଖିବାକୁ ପଡିଥିଲା। ପ୍ରାକୃତିକ ହୃଦୟ ପରି ଏହା ତାଙ୍କୁ ବଞ୍ଚାଇ ରଖିଥିଲା।

ହୃଦୟ ପରି କାମ କରୁଥିବା ଏହି ଡିଭାଇସକୁ ଷ୍ଟେନ ଲାର୍କିନ ୫୫୫ ଦିନ ପର୍ଯ୍ୟନ୍ତ ନିଜ ପିଠିରେ ବାନ୍ଧି ରଖିଥିଲେ। ସାଇନ୍ସ ଡେଲିର ରିପୋର୍ଟ ଅନୁଯାୟୀ, ଅସ୍ଥାୟୀ ହୃଦୟ ସେହି ସମୟରେ କାମରେ ଆସିଥାଏ, ଯେତେବେଳେ ମଣିଷର ହୃଦୟ ନଷ୍ଟ ହୋଇଯାଏ ଏବଂ କାମ କରିବା ବନ୍ଦ କରିଥାଏ। କୃତ୍ରିମ ହୃଦୟ ମିଳିବା ପରେ ୨୦୧୬ରେ ମିଶିଗନ ବିଶ୍ଵ ବିଦ୍ୟାଳୟ ଫ୍ରାଙ୍କଲ କାର୍ଡିଓଭାସ୍କୁଲାର ସେଣ୍ଟର ପ୍ରେସର ସାମ୍ବାଦିକ ସମ୍ମିଳନୀରେ ଲାର୍କିନ କହିଛନ୍ତି, ସିଙ୍କାଆର୍କଡିଆ ଆର୍ଟିଫିସିଆଲ ହାର୍ଟ ମୋ ଜୀବନକୁ ଫେରାଇ ଆଣିଛି। ମୋତେ ନୂତନ ପ୍ରାକୃତିକ ହୃଦୟ ନମିଳିବା ପର୍ଯ୍ୟନ୍ତ ଏହା ମୋର ଜୀବନ ବଞ୍ଚାଇଛି।

ସୂଚନାଯୋଗ୍ୟ, ଲାର୍କିନଙ୍କ ବ୍ୟତୀତ ତାଙ୍କ ବଡ ଭାଇ ଡୋମିନିକ କାର୍ଡିଅମାୟୋଥୋପି ରୋଗରେ ପୀଡିତ। ଏହା ଏକ  ବଂଶାନୁକ୍ରମିକ ରୋଗ। ଏଥିରେ ହୃଦୟକୁ ଶରୀର ପର୍ଯ୍ୟନ୍ତ ରକ୍ତ ପଠାଇବାରେ କଠିନ ହୋଇଥାଏ ଏବଂ ଏଥିରେ ହୃଦୟ ସ୍ପନ୍ଦନ ବା ହାର୍ଟ ବିଟ୍ ଅଟକି ଯାଇଥାଏ।

Get real time updates directly on you device, subscribe now.