ଭିକାରିମାନେ ବି କାମ କରିବା ଦରକାର, ସବୁକିଛି ରାଜ୍ୟ ଦେଇପାରିବ ନାହିଁ: ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶନିବାର କହିଛନ୍ତି ଯେ ଭିକାରି ଓ ବେଘର ହୋଇଥିବା ଲୋକମାନେ ବି କିଛି କାମ କରିବା ଦରକାର । କାରଣ ସବୁକିଛି ରାଜ୍ୟ ଉପଲବ୍ଧ କରାଇପାରିବ ନାହିଁ । ମୁଖ୍ୟ ନ୍ୟାୟମୁର୍ତ୍ତି ଦୀପାଂକର ଦତ୍ତା ଓ ନ୍ୟାୟମୁର୍ତ୍ତି ଏସ କୁଲକର୍ଣ୍ଣୀଙ୍କ ଦୁଇଜଣିଆ ଖଣ୍ଡପୀଠ ଆଜି ଏକ ଆବେଦନର ଶୁଣାଣି କରିବା ସମୟରେ ଏପରି ଏକ ନିଷ୍ପତି ଶୁଣାଇଛନ୍ତି । ତେବେ ଆବେଦନକାରୀ ଅଦାଲତରେ ବିଏମସିକୁ ସହରରେ ଥିବା ଭିକାରି, ବେଘର ବ୍ୟକ୍ତି ଏବଂ ଗରିବମାନଙ୍କୁ ତିନିବେଳା ଖାଇବାର ବ୍ୟବସ୍ଥା, ପିଇବା ପାଇଁ ପାଣି, ବାସସ୍ଥାନ ଏବଂ ସ୍ୱଚ୍ଛ ସାର୍ବଜନୀକ ଶୌଚାଳୟ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଅଦାଲତକୁ ବିଏମସି କହିଛନ୍ତି ଯେ, ବିଭିନ୍ନ ଏଜେନ୍ସି ଗୁଡ଼ିକର ସହାୟତାରେ ପୂରା ମୁମ୍ବାଇରେ ଏଭଳି ଲୋକମାନଙ୍କୁ ଖାଇବା ଏବଂ ଏଭଳି ମହିଳା ମାନଙ୍କୁ ସାନିଟାରୀ ନାପକିନ୍ ଦିଆଯାଉଛି । ଏହି ସମୟରେ ଅଦାଲତ କହିଥିଲେ ଯେ, “ଏହି ଲୋକମାନଙ୍କୁ ଦେଶ ପାଇଁ କାମ କରିବା ଦରକାର । ସମସ୍ତେ କରୁଛନ୍ତି । ସବୁକିଛି ରାଜ୍ୟ ଦ୍ୱାରା ଦିଆଯାଇପାରିବ ନାହିଁ । ଆପଣ ମାନେ କେବଳ ଏହି ବର୍ଗର ଲୋକଙ୍କ ସଂଖ୍ୟା ବଢ଼ାଉଛନ୍ତି” ।

ହାଇକୋର୍ଟ ପକ୍ଷରୁ ଓଲଟି ପ୍ରଶ୍ନ କରାଯାଇଛି ଯେ, ଯଦି ଆବେଦନକାରୀଙ୍କ ସବୁ ଅନୁରୋଧ ମାନି ନିଆଯାଏ ତେବେ ଏପରି ହୋଇଯିବ ଯେ ଆମେ ଲୋକମାନଙ୍କୁ ଜମାରୁ ବି କାମ କରିବାକୁ ହିଁ ହେଉନାହୁଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, “ସହରରେ ସାର୍ବଜନୀନ ଶୌଚାଳୟ ରହିଛି । ଆଉ ପୂରା ସହରରେ ଏହାର ବ୍ୟବହାର କରାଯାଉଛି ଏବଂ ଏଥିପାଇଁ ଖୁବ୍ କମ୍ ଶୁଳ୍କ ନିଆଯାଉଛି । ଏଥିସହିତ ଆବେଦନରେ ସହରରେ କେତେ ସଂଖ୍ୟାରେ ଭିକାରୀ ଓ ବେଘର ଲୋକ ରହିଛନ୍ତି ସେ ସମ୍ପର୍କରେ କିଛି ବି କୁହାଯାଇନାହିଁ” ।