fbpx

୧୩ ଜିଲ୍ଲାରୁ ହଟିଲା ଲକଡାଉନ୍, କିନ୍ତୁ ଜାରି ରହିବ ନାଇଟ୍-କର୍ଫ୍ୟୁ

ଶ୍ରୀନଗର: କରୋନାର ଦ୍ୱିତୀୟ ଲହର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜମ୍ମୁ-କଶ୍ମୀର୧୩ ଜିଲ୍ଲାରେ ୱିକେଣ୍ଡ ଲକଡାଉନ୍ ହଟାଇ ଦିଆଯାଇଛି । କିନ୍ତୁ ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ । ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ, ଜମ୍ମୁ, କଠୁଆ, ସାମ୍ବା, ପୁଞ୍ଚ, ରାଜୌରୀ, ଉଧମପୁର, ଅନନ୍ତନାଗ, ବାନ୍ଦିପୋର, ବାରାମୂଲ୍ଲା, ବଡଗାମ, ଗାନ୍ଦରବଲ, ପୁଲୱାମା ଓ ଶୋପିୟାନ ସହିତ ୧୩ ଜିଲ୍ଲାରେ ୱିକେଣ୍ଡ ଲକଡାଉନ୍ ରହିବ ନାହିଁ । କିନ୍ତୁ ନାଇଟ୍ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୭ଟା ପର୍ଯ୍ୟନ୍ତ ରହିବ ।

ବିବୃତ୍ତିରେ କୁହାଯାଇଛି ଯେ, ଜମ୍ମୁ କଶ୍ମୀରରେ କରୋନା ସଂକ୍ରମଣର ମାମଲା ହ୍ରାସ ପାଇବାରେ ଲାଗିଛି । ସଂକ୍ରମଣର ହ୍ରାସ ପାଉଥିବା ଦେଖି ୱିକେଣ୍ଡ ଲକଡାଉନ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଗତ୨୪ ଘଣ୍ଟା ମଧ୍ୟରେ ୩୩୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ସଂକ୍ରମଣ ୩,୧୬,୬୨୯କୃ ବୃଦ୍ଧି ପାଇଛି ।

Get real time updates directly on you device, subscribe now.