fbpx

ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ବିନପାଳ, ବାହା ହେବାକୁ ମନା କରିବାରୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ବାବୁ

ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ଜଣକ ହେଲେ ମୁରଲିଧର ଅନୁଗୁଳିଆ ।

ସୂଚନା ମୁତାବିକ, ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ତେବେ ଗତ ଏପ୍ରେଲ୍‌ ମାସ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ । ତେବେ ଉକ୍ତ ଦିନ ରାତ୍ରିରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଅଭିଯୁକ୍ତ ବନପାଳ ଦୁଷ୍କର୍ମ କରିଥିଲେ । ପରେ ପିଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବା ସହ କାହାକୁ ନଜଣାଇବାକୁ କହିଥିଲେ । ପରେ ଘଟଣା ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ପରିବାରର ଦୁଷ୍ଟି ଗୋଚରକୁ ଆସିବା ପରେ ଉଭୟ ପରିବାର ମିଶି ବିବାହ କରାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଇତି ମଧ୍ୟରେ ଏପ୍ରେଲ୍‌ ୬ ତାରିଖରୁ ଏପ୍ରେଲ୍‌ ୧୨ ତାରିଖ ପର୍ଯ୍ୟନ୍ତ ପିଡିତାଙ୍କ ସହ ଅଭିଯୁକ୍ତ ବନପାଳ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ବୁଝାସୁଝା କରି ପୀଡିତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ପରେ ଅଭିଯୁକ୍ତ ବନପାଳ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଥିଲେ ।

ଇତି ମଧ୍ୟରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇବା ପରେ ବନପାଳଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ତେଣୁ ବାଧ୍ୟ ହୋଇ ପିଡିତା ଜଣକ ମାଲକାନଗିରି ଏସଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୋଲିସ ଥାନା କେସ୍‌ ନମ୍ବର ୨୪୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.