fbpx

କରୋନାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା, ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ନିଜ ଘୋଷଣାରେ ସେ କହିଛନ୍ତି ଯେ, ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଏପରି କରିବେ ଦିଲ୍ଲୀ ପ୍ରଥମ ରାଜ୍ୟ ହୋଇଛି । ସେ କହିଛନ୍ତି ଯେଉଁମାନେ କରୋନାରେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ଘରକୁ ସରକାରଙ୍କ ତରଫରୁ କର୍ମଚାରୀ ଯିବେ ଏବଂ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ । ଏହି ଅବସରରେ କେଜରୀ ଆଉ ୨ଟି ବଡ ଘୋଷଣା କରିଛନ୍ତି ।

ଯେଉଁମାନେ ଅନାଥ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନାରେ ଯେଉଁମାନେ ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ ସେମାନଙ୍କୁ ମଧ୍ୟ ପ୍ରତି ମାସରେ କିଛି ପରିମାଣ ସହାୟତା ଦିଆଯିବ । ତେବେ ଏଭଳି ଲୋକଙ୍କ ପରିବାରକୁ କେତେ ରାଶି ଦିଆଯିବ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି ।

Get real time updates directly on you device, subscribe now.