fbpx

ଦିଲ୍ଲୀବାସୀ, ଆଇ ଲଭ ୟୁ: କେଜ୍ରିୱାଲ

ନୂଆଦିଲ୍ଲୀ,୧୧ ।୨: ଆମ୍ ଆଦମୀ ପାର୍ଟି ଦଖଲରେ ଦିଲ୍ଲୀ । ଅରବିନ୍ଦ କେଜେରିୱାଲଙ୍କ ହାଟ୍ରିକ ରାଜତିଳକ । ୭୦ ଆସନରୁ ୬୩ଟି ଆସନ ପୋଛି ନେଲା ଆପ୍ । ଦଳର ସବୁ ବରିଷ୍ଠ ନେତା , ସବୁ ମନ୍ତ୍ରୀ ପୁଣି ଥରେ ନିର୍ବାଚିତ ହେଲେ । ଦେଶର ଦିଲ୍ ଦିଲ୍ଲୀର ଭୋଟର ଜଣାଇଦେଇ କୈାମ୍ କୁ ନେଇ ନୁହେଁ ବରଂ କାମକୁ ନେଇ ସେମାନେ ମତ ସାବ୍ୟସ୍ଥ କରିଛନ୍ତି । ନିଜ ପତ୍ନୀ ସୁନୀତାଙ୍କୁ ତାଙ୍କ ଜନ୍ମଦିନରେ ଦିଳ୍ଲୀ ଫତେହର ଉପହାର ଦେଲେ ଅରବିନ୍ଦ । ମଙ୍ଗଳବାର ମଙ୍ଗଳମୟ ହେଲା ଆମ୍ଆଦମୀ ପାର୍ଟି ପାଇଁ । ବିକାଶ ର ନାରା ଦେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା କେଜେରିୱାଲଙ୍କୁ ଦିଲ୍ଲୀ ଜନତାଙ୍କ ମିଳିଲା ଭରପୁର ସହଯୋଗ ।ଏକଜିଟ୍ ପୋଲ୍ ହେଲା ଏକଜାଟ୍ ପୋଲ୍ । ସକାଳ ୮ଟାରୁ ଗଣତି ଆରମ୍ଭ ହେବା ମାତ୍ରେ ହିଁ ପ୍ରଥମ ୧୦ ମିନିଟ୍ରେ ଆପ୍ ସପକ୍ଷରେ ଟ୍ରେଣ୍ଡଯିବା ଦଳୀୟ କର୍ମୀଙ୍କୁ ପାର୍ଟି ଅଫିସ୍ ସମ୍ମୁଖକୁ ଭିଡିନେବାକୁ ଖୋରାକ୍ ଯୋଗାଇଥିଲା । ଦିଲ୍ଲୀର ଶୀତୁଆ ସକାଳ ଖରା ପାଇଁ ନୁହେଁ ବରଂ ରାଜନୈତିକ ଉଷ୍ମତାରେ ଗରମ ହେବାରେ ଲାଗିଥିଲା । ଆରମ୍ଭ ହୋଇଯାଇଥିଲା ବିଜୟ ଉତ୍ସବ । ନିଜ ବିଜୟରେ ଉତ୍ସାହିତ ଆପ୍ କର୍ମୀଙ୍କ ମନରେ କିନ୍ତୁ ଦିନ ଦୁଇଟା ଯାଏ ଏକ ଅଜଣା ଆଶଙ୍କା ରହିଥିଲା । ପଟପଡଗଂଜ ଆସନରୁ ଳଢ଼ୁଥିବା ଦଳର ଅନ୍ୟତମ ଚେହେରା ,ସରକାରର ଶିକ୍ଷା ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ଶେଷୋଦୀୟା ଗୋଟିକ ପରେ ଗୋଟିଏ ରାଉଣ୍ଡରେ ପଛେଇଚାଲିଥିଲେ । ଶିକ୍ଷାକୁ ମୁଖ୍ୟ ନିର୍ବାଚନୀ ମୁଦ୍ଦା କରିଥିବା ଶିକ୍ଷାମନ୍ତ୍ରୀଙ୍କ ଏଭଳି ଅବସ୍ଥା ହୃତକମ୍ପନ ସୃଷ୍ଟି କରୁଥିଲା ।

କିନ୍ତୁ ଦିନ ଦୁଇଟାରେ ଆସିଲା ଗୁଡ୍ ନ୍ୟୁଜ । ସେହି ରାଉଣ୍ଡରେ ୭୦୦ ଭୋଟରେ ଆଗେଇଲେ ମନୀଷ । ପରେ ପରେ ତାଙ୍କ ଜିତିବାର ଖବର ବି ସ୍ପଷ୍ଠ ହେଲା ତ ଦ୍ୱିଗୁଣିତ ହେଲା ବିଜୟ ଉତ୍ସବ । ଦିନ ସାଢେ ୩ଟାରେ ଦଳ ମୁଖ୍ୟାଳୟରେ ଉତ୍ସବ ମନାଉଥିବା ଦଳୀୟ କର୍ମୀଙ୍କୁ ସାମ୍ବୋଧିତ କଲେ କେଜ୍ରିୱାଲ । ଦିଲ୍ଲୀୱାଲୋ, ଆଇ ଲଭ୍ ୟୁ ରୁ ଆରମ୍ଭ କରିଥିଲେ ତାଙ୍କର ଅଭିଭାଷଣ । କହିଥିଲେ ଯେ, ଦେଶରେ ଆରମ୍ଭ ହୋଇଛି ରାଜନୀତିର ନୂଆ ପରମ୍ପରା । ଏବେ ଲୋକ ବିକାଶ ପାଇଁ ହିଁ ଭୋଟ୍ ଦେଉଛନ୍ତି । ଯାହା ଦେଶକୁ ଏକବିଂଶ ଶତାବ୍ଦୀ ଆଡକୁ ଆଗେଇନେବ ।’

ନିର୍ବାଚନରେ ବିଜେପିକୁ ଲାଗିଛି ବଡ ଝଟକା । ଯଦିଓ ଗତଥରଠୁ ୪ଟି ଅଧିକ ଆସନ ହାତେଇବାରେ ଦଳ ସଫଳ ହୋଇଛି, କିନ୍ତୁ ଦଳର ଗଣ୍ଡା ଗଣ୍ଡା ମନ୍ତ୍ରୀ, ସାଂସଦଙ୍କ ସମସ୍ତଙ୍କ ପ୍ରଚେଷ୍ଟା ଫେଲ୍ ମାରିଛି । ଦଳକୁ ମିଳିଛି ମାତ୍ର ୭ଟି ଆସନ । ମାତ୍ର ୭, ୮ ମାସ ତଳେ ଦିଲ୍ଲୀର ସମସ୍ତ ଲୋକସଭା ଆସନକୁ ହାତେଇନେଇଥିଲା ବିଜେପି । ତେଣୁ ସ୍ୱାଭାବିକ ଭାବେ ବିଧାନସଭାରେ ବି ସମାନ ଚମକ୍ରାର ହେବ ବୋଲି ଦଳ ଆଶା ରଖିଥିଲା । କିନ୍ତୁ ଶେଷରେ ସବୁ ଫେଲ୍ ମାରିଲା । କଂଗ୍ରେସ ମଧ୍ୟ ଆଶାନୂରୂପ ଭାବେ ଖାତା ଖୋଲିବାରେ ଅସମର୍ଥ ରହିଛି ।

Get real time updates directly on you device, subscribe now.