fbpx

ରାଶିଫଳ (ଶୁକ୍ରବାର ,୦୯ ଜୁଲାଇ ,୨୦୨୧)

ମେଷ: ଅଂଶୀଦାର ବ୍ୟବସାୟରେ ଲାଭବାନ ହେବେ ନାହିଁ ମାତ୍ର ଜାଗାବାଡି ଏବଂ ଗୃହ ନିର୍ମାଣ ବ୍ୟବସାୟରେ ଲାଭ ହେବ । ଦୂରଯାତ୍ରା ସଫଳ ରହିବ । ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ । ମନ ଉଗ୍ରସ୍ୱଭାବ ଭରା ରହିବ । ନିରବ ରହିବା ଶୁଭ ।

ବୃଷ: ମାନ ସମ୍ମାନ, ଧନ କ୍ଷେତ୍ରରେ ଶୁଭଫଳ ମିଳିବ । ନୂତନ ପ୍ରକଳ୍ପର ସନ୍ଧାନ ମିଳିବ । ମୋଟରଯାନ ଏବଂ କଳକାରଖାନା ସମ୍ବନ୍ଧୀୟ କ୍ଷେତ୍ରରେ ରୋଜଗାରର ବାଟ ଫିଟିବ । ପୁରୁଣା ରୋଗରୁ ଉପଶମ ମିଳିବ । ପିଲାମାନେ ଶୁଭଫଳ ପାଇବେ ।

ମିଥୁନ: ଟଙ୍କା ପଇସାକୁ ନେଇ ଚିନ୍ତା କମିବ । ନୂଆ ଭୂମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟରେ ଶୁଭଫଳ ମିଳିବ । ମନ ବିଚଳିତ ରହିବ ।

କର୍କଟ: ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଶ ରହିବ । ପିଲା ଓ ମହିଳା ଅଧିକ ଖୁସିରେ ରହିବେ । ମନମୁତାବିକ ଆୟ କରିବାର ସୁଯୋଗ ଷୃଷ୍ଠି ହେବ । ଶିକ୍ଷାବିଭାଗ, ଠିକାଦାରି, ଆର୍ଥିକ କାରାବାର, ଜାଗାବାଡି ଗୃହନିର୍ମାଣ କ୍ଷେତ୍ରରେ ସୁଫଳ ମିଳିବ ।

ସିଂହ: ରିଷ୍ଟପୂର୍ଣ୍ଣ ଦିବସ ରହିବ ତେଣୁ ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ । କୌଣସି ପ୍ରକାରେ ସୁଖଶାନ୍ତି କ୍ଷୁର୍ଣ୍ଣ ହେବ । ମନ ଦ୍ୱନ୍ଦ ମଧ୍ୟରେ ରହିବ । କାହା ସହିତ ମତାନ୍ତର ହେବ ତେଣୁ ନିରବ ରୁହନ୍ତୁ । ସନ୍ତାନ ମାନଙ୍କୁ ନେଇ ଚିନ୍ତିତ ରହିବେ ।

କନ୍ୟା: ଅଚାନକ ଖୁସିଖବର ମିଳିବ । ନୂତନ କର୍ମ ସଂସ୍ଥାନର ସୁଯୋଗ ଷୃଷ୍ଟି ହେବ । ପିଲାଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବ ମାତ୍ର ଚାକିରି ବ୍ୟବସାୟରେ ସତର୍କ ରହିଥିବେ ନଚେତ କ୍ଷୟକ୍ଷତି ହେବ । ମହିଳାମାନେ ଦୁର୍ବଳତା ଅନୁଭବ କରିବେ ।

ତୁଳା: ଯୋଜନାରେ ସଫଳ ହେବେ । ଆୟରେ ବୃଦ୍ଧିହେବ । କପଡା ବ୍ୟବସାୟ, ଜଳ ଏବଂ ମୃଦୁାନୀୟ ବ୍ୟବସାୟ, ଔଷଧ ବ୍ୟବସାୟରେ ଉନ୍ନତି ଆନୁଭୂତ ହେବ । ପିଲାମାନଙ୍କର ଭବିଷ୍ୟତର ପାଠପଢା ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ ।

ବିଛା: ମନର ଆଶା ପୂରଣ ହେବ। ମାନସିକ ଶାନ୍ତି ପ୍ରାପ୍ତ ହେବ । ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ। ପୁରୁଣା ରୋଗରୁ ଉପଶମ ମିଳିବ । ଶତ୍ରୁ ଭୟ ଥିଲେ ପରିବର୍ତ୍ତନ ହେବ । ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମ ନିଯୁକ୍ତିକୁ ନେଇ ନିଷ୍ପତି ନେବାରେ ମନ ବିଚଳିତ ରହିବ ।

ଧନୁ: ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ । ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ । ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ । ଅଯଥା ଖର୍ଚ୍ଚ ବଢିବ । ବନ୍ଧୁମିଳନ ବଢିବ ।

ମକର: କୌଣସି ପ୍ରକାରର ଧୋକା ମିଳିବ। ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ । ଗଛିତ ଅର୍ଥବ୍ୟୟ ବଢିବ । ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ । ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ। ଗୁରୁଜନଙ୍କର ଆଶିବାଦ ନିଅନ୍ତୁ ।

କୁମ୍ଭ: ଦିନଟି ଶୁଭରେ ଶୁଭରେ କଟିବ। ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ମୀନ: ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ରରେ ସୁଧାର ଆସିବ । ସରକାରୀ ସହାୟତା ମିଳିବ। ପରିବାରରେ ଦାୟିତ୍ୱ ବୃଦ୍ଧି ହେବ। ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ । ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

Get real time updates directly on you device, subscribe now.