fbpx

ସକାଳୁ ଉଠିଲେ ଭୁଲିଗଲେ ଜୀବନର ୨୦ ବର୍ଷ, ନା ପତ୍ନୀଙ୍କୁ ଚିହ୍ନିପାରିଲେ ନା ପୁଅକୁ

ନୂଆଦିଲ୍ଲୀ: ସକାଳୁ ଉଠୁ ଉଠୁ ଜଣେ ଯୁବକ ନିଜ ଜୀବନର ୨୦ ବର୍ଷ ଭୁଲିଯାଇଛନ୍ତି । ତାଙ୍କୁ ଲାଗୁଛି ଯେ, ସେ ବର୍ତ୍ତମାନ ୧୯୯୦ ଦଶକରେ ରହିଛନ୍ତି । ଯୁବକ ଜଣକ ୩୬ ବର୍ଷର ହୋଇଥିବା ବେଳେ ତା ସହିତ ଏପରି କିଛି ଘଟଣା ଘଟିଯାଇଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ଏହିଭଳି ଏକ ଖବର ଆସିଛି ଆମେରିକାର ଟେକ୍ସସ୍ ରୁ । ବର୍ତ୍ତମାନ ସେ ନିଜର ସ୍ତ୍ରୀ ଓ ଝିଅକୁ ଚିହ୍ନି ପାରୁନାହାନ୍ତି କି ତାଙ୍କ ସହିତ ୨୦ ବର୍ଷ ଭିତରେ କଣ କଣ ଘଟିଯାଇଛି ସେସବୁ କିଛି ମନେ ନାହିଁ । ଯୁବକଙ୍କ ନାଁ ହେଉଛି ଡେନିଏଲ୍ ପୋର୍ଟର୍ ।

ରିପୋର୍ଟ ମୁତାବକ, ଜଣେ ହିୟରିଂ ସ୍ପେଶାଲିଷ୍ଟ ଭାବରେ କାମ କରୁଥିବା ଡେନିଏଲ୍ ୨୦ ବର୍ଷ ପଛକୁ ଚାଲିଯାଇଛନ୍ତି । ତେଣୁ ତାଙ୍କୁ ଲାଗୁଛି ସେ ଏବେ ୧୬ ବର୍ଷର ଅଛନ୍ତି ଏବଂ ସ୍କୁଲ୍ ଯିବା ଦରକାର ବୋଲି କହିଛନ୍ତି । ତେବେ ଡେନିଏଲ୍ ଙ୍କୁ ଲାଗୁଛି ଯେ, ସେ ନିଜ ସ୍ତ୍ରୀ ଓ ଝିଅକୁ ଚିହ୍ନିପାରୁନଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ସେ ଅପହରଣ କରିଥିବା ଭାବୁଛନ୍ତି । ଆଉ ଏ ବିଷୟରେ ତାଙ୍କ ପତ୍ନୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ଡେନିଏଲ୍ ନିଜକୁ ଆଇନାରେ ଦେଖି ଖୁବ୍ ଚିନ୍ତିତ ହୋଇଯାଇଥିଲେ । ତାଙ୍କୁ ଲାଗୁଥିଲା ଯେ, ସେ ଏତେ ବଡ଼ କାହିଁକି ଦେଖାଯାଉଛନ୍ତି ଓ ଏତେ ମୋଟା କାହିଁକି ହୋଇଯାଇଛନ୍ତି ।

ତେବେ ଡାକ୍ତରଙ୍କୁ ଦେଖାଇବା ପରେ ସେ କହିଛନ୍ତି ଯେ, ଡେନିଏଲ୍ ଟ୍ରାନ୍ସିଏଣ୍ଟ ଗ୍ଲୋବାଲ୍ ଏନମେସିଆରେ ପୀଡ଼ିତ ଅଛନ୍ତି । ଯେଉଁଥିରେ ସାଧାରଣତଃ ସର୍ଟ ଟର୍ମ ମେମୋରୀ ଲସ୍ ହୋଇଯାଇଥାଏ । ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ, ସେ ୨୪ ଘଣ୍ଟା ମଧ୍ୟରେ ଠିକ୍ ହୋଇଯିବେ । କିନ୍ତୁ ପୁଣିଥରେ ଏହିପରି ହୋଇପାରେ । ତେବେ ଏହି ସମୟରେ ଡେନିଏଲ୍ ଦେଖିଥିବା ଏକ WWE ପ୍ରୋଗ୍ରାମ୍ ମନେ ଅଛି । ଯାହା ସେ ୧୯୯୦ ଦଶକରେ ଦେଖିଥିଲେ । ତାଙ୍କୁ ଏବେ ତାଙ୍କ ବାପା ମାଆଙ୍କ ପାଖକୁ ପଠାଇଦିଆଯାଇଛି । ପତ୍ନୀ ରୁଥ୍ ଏନେଇ ଦୁଃଖପ୍ରକାଶ କରିଛନ୍ତି । ସେ ତାଙ୍କୁ ଖୁବ୍ ମନେ ପକାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କର କିଛି ବି ମନେ ପଡ଼ୁନାହିଁ । ଡେନିଏଲ୍ ଙ୍କୁ ଏବେ ଥେରାପି ଦିଆଯାଉଛି । ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.