ସ୍ୱାମୀ ସଫେଇ କର୍ମଚାରୀ କିନ୍ତୁ ସମାନ ଅଫିସରେ ସ୍ତ୍ରୀ ମୁଖିଆ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଆସିଛି ଏକ ଭଲ ଖବର । ଯେଉଁଠାରେ ଜଣେ ସଫେଇ କର୍ମଚାରୀଙ୍କ ପତ୍ନୀ ସେହି ବ୍ଲକ ଅଫିସରେ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସୁନୀଲ କୁମାର ନାମକ ଜଣେ ସଫେଇ କର୍ମଚାରୀ ଯେଉଁ ବ୍ଲକରେ ସଫେଇ କାର୍ଯ୍ୟ କରୁଛନ୍ତି ଏବେ ସେହି ବ୍ଲକରେ ତାଙ୍କ ପତ୍ନୀ ସୋନିଆ ଏବେ ବ୍ଲକ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ତାଙ୍କ ପତ୍ନୀ ସୋନିଆ ଜଣେ ବିଜେପି କର୍ମୀ, ନିକଟରେ ସେ ଉତ୍ତର ପ୍ରଦେଶର ସାହାରନପୁର ବଲିୟାଖେଡ଼ୀ ବ୍ଲକର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ବଲିୟାଖେଡ଼ୀ ଉନ୍ନୟନ ବ୍ଲକରେ ସୁନୀଲ ଜଣେ ସଫେଇ କର୍ମଚାରୀ ଭାବରେ କାମ କରୁଛନ୍ତି । ତାଙ୍କ ପତ୍ନୀ ପ୍ରଥମେ ୱାର୍ଡ ୫୫ରୁ ବିଡିସି ଇଲେକ୍ସନ ଜିତିଥଲେ ଏହା ପରେ ସେ ବ୍ଲକ ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।

ତେବେ ଏନେଇ ସୋନିଆ କହିଛନ୍ତି ତାଙ୍କୁ ସୁନୀଲ ଏବଂ ତାଙ୍କ ପରିବାର ବହୁତ ସହଯୋଗ କରିଛନ୍ତି । ସେ ତାଙ୍କ ଗାଁର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେପଟେ ସୁନୀଲ ମଧ୍ୟ ପୂର୍ବ ଭଳି ସଫେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.