fbpx

ଶରୀରରୁ ଝାଳକୁ ଶେଷ କରିବାକୁ ଅପରେସନ କରିଥିଲେ ଫିଟନେସ୍ ମଡେଲ୍, କିନ୍ତୁ ଚାଲିଗଲା ଜୀବନ

ଶରୀରରୁ ଲଗାତାର ଭାବେ ବାହାରୁଥିବା ଝାଳକୁ ରୋକିବା ପାଇଁ ଅପରେସନ କରିବା ଜଣେ ଫିଟନେସ ମଡେଲଙ୍କୁ ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଲୋକପ୍ରିୟ ମ୍ୟାକ୍ସିକନ ଫିଟନେସ୍ ଇନଫ୍ଲୁଏନ୍ସର ଓ ବଡ଼ି ବିଲଡର ମଡେଲର ଓଡାଲିସ ସାଣ୍ଟୋସ ମେନା । ମଡେଲର ମେନା ଏଥିପାଇଁ ଏକ ଅପରେସନ କରାଇଥିଲେ, ଯାହାର କିଛି ଦିନ ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ୨୩ ବର୍ଷୀୟ ମେନାଙ୍କ ଫଟୋ ଇନଷ୍ଟାଗ୍ରାମରେ ବହୁତ ଲୋକପ୍ରିୟ । ସେଥିରେ ପ୍ରାୟ ୧ ଲକ୍ଷ ୪୭ ହଜାରରୁ ଅଧିକ ୟୁର୍ଜର ରହିଛନ୍ତି । ସେ ପ୍ରାୟତଃ ନିଜର ସାନଦାର ବଡ଼ି ଓ ଫିଟନେସର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ।

ରିପୋର୍ଟ ମୁତାବକ, ସ୍କିନପୀଲ କ୍ଲିନକ ଦ୍ୱାରା ମିରାଡ୍ରାଇ ନାମକ ଏକ ସଫଳ ଏଣ୍ଟିପର୍ସପିରେଣ୍ଟ ଉପଚାର ପାଇଁ ସେ ଭର୍ତ୍ତି ହୋଇଥିଲେ । ସେଠାରେ ମେନାଙ୍କ ଅପରେସନ ହୋଇଥିଲା, ଯାହାକି ଅସଫଳ ରହିଲା । ଏହି ପ୍ରକ୍ରିୟାରେ ଝାଳକୁ ରୋକିବା ପାଇଁ ହିଟ୍ ଏନର୍ଜି ଟେକନିକ୍ ଜରିଆରେ ହଟାଇବାକୁ ଅପରେସନ କରାଯାଇଥିଲା ।

ଅପରେସନ ପରେ ଅଣ୍ଡରଆର୍ମରୁ ଝାଳ ବୋହିବା ବନ୍ଦ ହୋଇଗଲା, ଫଳରେ ଶରୀରରୁ ଗନ୍ଧ ବି କମ୍ ହୋଇଗଲା । କିନ୍ତୁ ଅପରେସନର କିଛି ଦିନ ପରେ ତାଙ୍କ ମୃତ୍ୟୁ ହୋଇଗଲା । ମେନାଙ୍କ ମୃତ୍ୟୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସାମ୍ନାକୁ ଆସିଥିଲା କି, ଫିଟନେସ ମଡେଲଙ୍କ ମୃତ୍ୟୁ ଆନାସ୍ଥେସିଆର ଅବହେଳା ଯୋଗୁଁ ହୋଇଥିଲା ।

Get real time updates directly on you device, subscribe now.