fbpx

‘ସିମେନ୍’ ବଦଳରେ ‘ସିମ୍ମାନ’ ଟାଇପ୍ ହେଇଗଲା; ଆଉ ୩ ବର୍ଷ ଖୁଲମ ଖୁଲା ବୁଲିଲା ଶିଶୁ ଦୁଷ୍କର୍ମକାରୀ

ଚେନ୍ନାଇ: କୁହାଯାଏ ଆଇନ ଅନ୍ଧ । ଏପରି ସ୍ଥିତିରେ ଚେନ୍ନାଇରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କମ ହୋସ୍ ଉଡାଇଦେବ । ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବେଳେ ସାମାନ୍ୟ ଟାଇପିଂ ଭୁଲ ପାଇଁ ୩ ବର୍ଷ ହେବ ମୁକ୍ତ ଭାବରେ ଘୁରି ବୁଲିବାରେ ସକ୍ଷମ ହୋଇଛି ଜନୈକ ଦୁଷ୍କର୍ମକାରୀ । ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ନେଇ ଡାକ୍ତରୀ ମାଇନା ରିପୋର୍ଟ ଥିଲେ ହେଁ ତଳ କୋର୍ଟ ଏକପାଖିଆ ନିଷ୍ପତ୍ତି ଶୁଣାଇଥିଲେ । ଜୁଲାଇ ୩ରେ ଶିଶୁଟିର ମା ଏକ ଯାଚିକା ଦାୟର କରିଥିବା ବେଳେ ମାଡ୍ରାସ ହାଇକୋର୍ଟ ପୁନର୍ବାର ବିଚାର ପ୍ରକ୍ରିୟା ଆରମ୍ଭ କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି ।

ଘଟଣାଟି ଘଟିଥିଲା ୨୦୧୭ ମସିହାରେ । ନିଜର ୨ ବର୍ଷର ଶିଶୁକୁ ପଡୋଶୀଙ୍କ ପାଖରେ ଛାଡି ସଉଦା ଆଣିବାକୁ ଯାଇଥିଲେ ମହିଳା । ଫେରିବା ପରେ ଶିଶୁଟି ଖାଉନଥିଲା ଏବଂ କାନ୍ଦୁଥିଲା । ମହିଳା ଜଣଙ୍କ ଶିଶୁଟିର ଡ୍ରେସ ବଦଳାଇବା ସମୟରେ ବୀର୍ଯ୍ୟ(ସିମେନ) ଛିଟା ଦେଖିବାକୁ ପାଇଲେ । ଏହାପରେ ଡାକ୍ତରଖାନାକୁ ନେବା ସହିତ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ । ଡାକ୍ତରୀ ମାଇନା ପରେ ଦୁଷ୍କର୍ମ ହୋଇଥିବା ଜଣାପଡିଥିଲା । ତେବେ ଅଭିଯୋଗ କରିବା ସମୟରେ ପୋଲିସ ସିମେନ ବଦଳରେ ସିମ୍ମାନ ଲେଖିଥିଲା । ସିମ୍ମାନର ଅର୍ଥ ତାମିଲରେ ଲାଲ ମାଟି । ଏହି କାରଣରୁ କୋର୍ଟ ପୋକ୍ସୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତକୁ ମୁକ୍ତ କରି ଦେଇଥିଲେ ।

ଅଭିଯୁକ୍ତ ଜଣକ ମୁକ୍ତ ହେବା ପରେ ମାଡ୍ରାସ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ମହିଳା । ହାଇକୋର୍ଟରେ ମାମଲାର ଶୁଣାଣି ହେବା ସହିତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଟାଇପିଷ୍ଟଙ୍କ ଦ୍ୱାରା ହୋଇଥିବା ଭୁଲର ଫାଇଦା ଉଠାଇ ଅଭିଯୁକ୍ତ ଜଣକ ୩ ବର୍ଷ ଖୁଲମଖୁଲା ବାହାରେ ରହିଥିଲେ । ଏହାକୁ ନେଇ ଜଷ୍ଟିସ୍ ପି ଭେଲୁମୁରୁଗନ ପୋଲିସକୁ ସମାଲୋଚନା କରିଥିଲେ । ଏହା ସହିତ ତଳ କୋର୍ଟର ପ୍ରକ୍ରିୟାକୁ ମଧ୍ୟ ସମାଲୋଚନା କରିଥିଲେ ହାଇକୋର୍ଟ ।

Get real time updates directly on you device, subscribe now.