fbpx

ଏତେ ଟଙ୍କା କୁଆଡ଼ୁ ଆଣୁଛନ୍ତି ରାଜ୍ କୁନ୍ଦ୍ରା? ଏମିତି ଜବାବ୍ ଦେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ କ୍ରାଇମବ୍ରାଞ୍ଚ ହାତରେ ରହିଛନ୍ତି । ଅଶ୍ଳୀଳ ଭିଡିଓ ଶୁଟିଂ ଏବଂ ଆପ୍ ରେ ଉପଲବ୍ଧ କରାଇବା ମାମଲାରେ ମୁମ୍ବାଇ ପୁଲିସ୍ ସୋମବାର ତାଙ୍କୁ ଗିରଫ କରିଛନ୍ତି । ତେବେ ତାଙ୍କ ସମେତ ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିସାରିଲାଣି । ତେବେ ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ମାମଲା ଯେତେ ଯେତେ ଗମ୍ଭୀର ହେଉଛି ସେତେସେତେ ତାଙ୍କୁ ନେଇ ଲୋକମାନେ ଟୁପୁରୁଟାପୁରୁ ହେବା ଆରମ୍ଭ କରିଛନ୍ତି ।

ବର୍ତ୍ତମାନ ରାଜ୍ କୁନ୍ଦ୍ରା ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି । ତେବେ ଗିରଫ ପରେ ସୋସିଆଲ ମିଡିଆ ୟୁଜର୍ ମାନେ କପିଲ ଶର୍ମା ଶୋରେ ଗେଷ୍ଟ ଭାବେ ଯାଇଥିବା ରାଜ୍ କୁନ୍ଦ୍ରାଙ୍କର ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ହୋଷ୍ଟ କପିଲ ଶର୍ମା ରାଜ୍ କୁନ୍ଦ୍ରାଙ୍କୁ ତାଙ୍କର ରୋଜଗାରର ମାଧ୍ୟମ ସମ୍ପର୍କରେ ପଚାରୁଥିବା ଦେଖିବାକୁ ମିଳିଛି । ଏଥିରେ ତାଙ୍କ ସହିତ ଶିଳ୍ପା ଏବଂ ତାଙ୍କ ଭଉଣୀ ଶମିତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓରେ କପିଲ, ରାଜ୍ କୁ କହୁଛନ୍ତି ଯେ, “ଆପଣଙ୍କୁ ପ୍ରାୟତଃ ପାର୍ଟି, ସେଲିବ୍ରିଟିଙ୍କ ସହିତ ସହ ଫୁଟବଲ୍ ମ୍ୟାଚ୍ ଖେଳୁଥିବା, ପତ୍ନୀ ଶିଳ୍ପାଙ୍କୁ ସପିଂରେ ନେଉଥିବା ଏବଂ ମନୋରଞ୍ଜନ କରୁଥିବା କାର୍ୟ୍ୟକଳାପ କରୁଥିବା ଦେଖିବାକୁ ପାଉଛୁ । ଏସବୁ ମଧ୍ୟରେ କାମ କରିବାକୁ ସମୟ କେଉଁଠୁ ଏବଂ କେତେବେଳେ ମିଳିଥାଏ ? ଆପଣଙ୍କ ରୋଜଗାରର ମାଧ୍ୟମ କଣ”?

ତେବେ କପିଲଙ୍କ ଏହି ପ୍ରଶ୍ନର ଉତ୍ତରରେ ଶିଳ୍ପା, ରାଜ୍ ଏବଂ ଶମିତା ଖୁବ୍ ଜୋରରେ ହସିବାକୁ ଲାଗିଥିଲେ । ଆଉ ଶିଳ୍ପା କହିଥିଲେ ଯେ, “ସେ ବହୁତ୍ ହାର୍ଡୱର୍କିଙ୍ଗ ମ୍ୟାନ୍” ।

Get real time updates directly on you device, subscribe now.