fbpx

ଭାରତ କଲା ବିଶ୍ୱ ରେକର୍ଡ: ମାତ୍ର ୨୪ ଘଣ୍ଟାରେ ନିର୍ମାଣ କଲା ୨.୫ କିଲୋମିଟରର ୪ ଲେନ୍ କଂକ୍ରିଟ ରାସ୍ତା

ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଜାତୀୟ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଟ୍ୱିଟରରେ ସେ କହିଛନ୍ତି ଯେ ୨୦୨୦-୨୧ ମଧ୍ୟରେ ରାଜପଥ ନିର୍ମାଣର ଗତି ଦିନକୁ ୩୬.୫ କିଲୋମିଟର ହୋଇଛି, ଯାହା ଜାତୀୟ ରାଜପଥ ନିର୍ମାଣର ସବୁଠାରୁ ଦ୍ରୁତତମ ଗତି । ଏହା ସହ ସେ କହିଛନ୍ତି ଯେ, କେବଳ ୨୪ ଘଣ୍ଟା ମଧ୍ୟରେ ୨.୫ କିଲୋମିଟର ଚାରି ଲେନ କଂକ୍ରିଟ ରାସ୍ତା ତଥା ମାତ୍ର ୨୧ ଘଣ୍ଟା ମଧ୍ୟରେ ୨୬ କିଲୋମିଟର ସିଙ୍ଗଲ ଲେନ ବିଟୁମେନ ରାସ୍ତା ନିର୍ମାଣ କରି ଭାରତ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।

ଏହି ଗତିକୁ ସର୍ବଦା ବଜାୟ ରଖିବାକୁ ବିଶେଷ ପ୍ରୟାସ ଜାରି ରହିବ, ଯେଉଁଥିରେ ଠିକାଦାରଙ୍କୁ ସହାୟତା, କାର୍ଯ୍ୟସ୍ଥଳରେ ଶ୍ରମିକମାନଙ୍କୁ ଖାଦ୍ୟ ଓ ଚିକିତ୍ସାର ସୁବିଧା ସାମିଲ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସମୁଦାୟ ୧୩୫୦ କିଲୋମିଟର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ମଧ୍ୟରୁ ୩୫୦ କିଲୋମିଟର କାର୍ଯ୍ୟ ଶେଷ ହୋଇଛି । ଏହା ବ୍ୟତୀତ ୮୨୫ କିଲୋମିଟର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି । ଏକ୍ସପ୍ରେସୱେକୁ ଅବଶିଷ୍ଟ ୧୬୩ କିମି ପାଇଁ ବିଡ୍ ଚୂଡାନ୍ତ ହୋଇଛି ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି ।

Get real time updates directly on you device, subscribe now.