fbpx

ଅନୁପ ସାଏଙ୍କ ଗିରଫ ମାମଲା, ତଦନ୍ତ କରିଥିବା ସମସ୍ତ ପୋଲିସକୁ ମିଳିବ ପୁରସ୍କାର

ବିଳାସପୁର, ୧୪ା୨(ଓଡ଼ିଶା ଭାସ୍କର): ପୂର୍ବତ୍ତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ଡବଲ ମର୍ଡ଼ର ମାମଲାରେ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହି ମାମଲାରେ ତଦନ୍ତ କରିଥିବା ସମସ୍ତ ପୋଲିସକୁ ପୁରସ୍କାର ମିଳିବ । ପ୍ରତି ପୋଲିସକୁ ୨୦ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବିଳାସପୁର ଆଇଜି ହିମାଂଶୁ ତାଗଡ଼ିଆ ।

ଉଲ୍ଲେଖଯୋଗ୍ୟ ଯେ ଆଜି ଅନୁପ ସାଏ କରିଥିବା ହତ୍ୟା ପଛର ରହସ୍ୟ ଖୋଲିଥିଲେ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂ । ଗତକାଲି ଅନୁପ ସାଏଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ମର୍ଡ଼ର କରିଥିବା ମାନିଥିଲେ ବୋଲି ଆଜି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.