ନୂଆଦିଲ୍ଲୀ: ପେଗାସସ୍ ସହାୟତାରେ ଜାସୁସି ଅଭିଯୋଗର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଦୁଇ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଗଠନ କରିଛନ୍ତି । ସୋମବାର ସରକାରଙ୍କ ଦ୍ୱାରା କମିଶନ ଗଠନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ଭୀମରାଓ ଲୋକୁର ଏବଂ କଲିକତା ହାଇକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗଠିତ ହୋଇଛି ଏହି କମିଶନ ।
ସୂଚନାଯୋଗ୍ୟ, ଦେଶ ତଥା ବିଶ୍ୱର ଗଣମାଧ୍ୟମରେ ପେଗାସସ୍ ସ୍ୱାଏଓୟାର ଦ୍ୱାରା ଫୋନ୍ ଟ୍ୟାପିଂ, ସରକାର ଅଧିକାରୀ, ରାଜନୈତିକ ନେତା ଏବଂ ସାମ୍ବାଦିକଙ୍କ ଉପରେ ନଜର ରଖାଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ଏକ ରାଜନୈତିକ ବିବାଦ ଦେଖାଦେଇଛି ।