fbpx
BSKY SKY
BSKY SKY

ଦିବ୍ୟାଙ୍ଗଙ୍କ ପାଇଁ ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା; ଏମିତି କହିଲେ ମାନବାଧିକାର କମିଶନ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଆସନ୍ତା ଜୁଲାଇ ୩୦ ତାରିଖରେ ହେବ ମାଟ୍ରିକ ପରୀକ୍ଷା । ଅସନ୍ତୁଷ୍ଟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତା ଅଗଷ୍ଟ ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ନିଜ ନିଷ୍ପତ୍ତିରେ ଶୁଣାଇଛନ୍ତି ।

ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି କରାଯାଉଥିଲା । ମାନବାଧିକାର କମିଶନଙ୍କ ପକ୍ଷରୁ ଅନଲାଇନ ମୋଡରେ ପରୀକ୍ଷା ପାଇଁ ଦାବି କରାଯାଉଥିଲା । ଏହି ନିଷ୍ପତ୍ତି ପରେ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛି ଓଏଚଆରସି ।

Get real time updates directly on you device, subscribe now.