fbpx

ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଟ୍ୱିଟ କରି ଶିକ୍ଷାମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସମସ୍ତ କୋଭିଡ କଟକଣା ସହିତ ଏହି ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୩ ତାରିଖରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । କରୋନା କାରଣରୁ ସମସ୍ତ ପ୍ରବେଶିକା ପରୀକ୍ଷା ଘୁଞ୍ଚିଥିବା ବେଳେ ଆଇଆଇଟିରେ ଭର୍ତ୍ତି ପାଇଁ କରାଯାଉଥିବା ଏହି ପ୍ରବେଶିକା ପରୀକ୍ଷା ମଧ୍ୟ ବାତିଲ କରି ଦିଆଯାଇଛି ।
ପ୍ରଥମ ଥର ପାଇଁ ଦେଶରେ ନିଟ୍ ପ୍ରବେଶିକା ପରୀକ୍ଷା ପରେ ଜେଇଇ ଆଡଭାନ୍ସଡ ପ୍ରବେଶିକା ପରୀକ୍ଷା ହେବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସେପ୍ଟେମ୍ବର ୧୨ରେ ନିଟ୍ ପ୍ରବେଶିକା ପରୀକ୍ଷା ନେଇ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ନିଟ୍ ପ୍ରବେଶିକା ପାଇଁ ସେଣ୍ଟର ସଂଖ୍ୟା ୪୦୧୭କୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.