fbpx

ମାଲ୍ୟା ହେଲେ ଦେବାଳିଆ; ସମ୍ପତ୍ତି ବିକି ଋଣ ଆଦାୟ କରିବ ଏସବିଆଇ

ନୂଆଦିଲ୍ଲୀ: ଦେଶ ଛାଡି ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରାଯାଇଛି । ସୋମବାର ୟୁକେର ଏକ କୋର୍ଟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି । ଏସବିଆଇ ଏବଂ ଅନ୍ୟାନ୍ୟ ଭାରତୀୟ ବ୍ୟାଙ୍କରୁ ୯ ହଜାର କୋଟିର ଋଣ ନେଇ ଫେରାର ହୋଇଥିବା ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରାଯାଇଛି ।

୬୫ ବର୍ଷୀୟ ମାଲ୍ୟା ଋଣ ନେଇଥିବା ବେଳେ ତାଙ୍କର କିଙ୍ଗଫିଶର ଏୟାରଲାଇନ୍ସ ବନ୍ଦ ହୋଇଯାଇଥିଲା । ଏହାପରେ କିଙ୍ଗ ଫିଶରକୁ ଡିଏଗୋକୁ ବିକ୍ରି କରି ବିଦେଶ ପଳାୟନ କରିଥିଲେ ମାଲ୍ୟା । ଭାରତରେ ରହିଥିବା ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଏସବିଆଇ । ତେବେ ୟୁକେ କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିଶ୍ୱରେ ରହିଥିବା ମାଲ୍ୟାଙ୍କ ସମସ୍ତ ସମ୍ପତ୍ତି ବର୍ତ୍ତମାନ ବାଜ୍ୟାପ୍ତ କରିପାରିବ ଏସବିଆଇ ।

Get real time updates directly on you device, subscribe now.