fbpx

ମାମାଙ୍କ ହାତ ଧରିଲେ ଗୁଡୁ; ବାନ୍ଧବୀଙ୍କୁ ଜୀବନ ବନ୍ଧନ ପରେ ଦୁହେଁ ଖୁସ୍

ହସାଉଥିବା ଅଭିନେତା ବାସ୍ତବରେ ହସଖୁସି ଦେଖାଯାଉଛନ୍ତି

ଓଡ଼ିଶା ଭାସ୍କର ବ୍ୟୁରୋ:  ହାସ୍ୟଭିନେତା ଗୁଡୁ ହାତକୁ ଚାରିହାତ ହୋଇଛନ୍ତି। ଅର୍ଥାତ୍ ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ପାଇଛନ୍ତି। ନିଜ ବାନ୍ଧବୀ ମାମାଙ୍କ ସହ ସଂସାର ଆରମ୍ଭ କରିଛନ୍ତି ଗୁଡୁ।

 

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟାଭିନେତା ଗୁଡୁ ଆଜିଠାରୁ ନିଜ ଜୀବନର ଦ୍ଵିତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ଆଜି ତାଙ୍କର ବାହାଘର ଅନୁଷ୍ଠିତ ହୋଇଛି।ତାହା ପୁଣି ତାଙ୍କ ବାନ୍ଧବୀ ମାମାଙ୍କ ସହିତ। ଏହି ବାହାଘର ତାଙ୍କର ଆମଫୋଇ ସଂସ୍ଥା ଜରିଆରେ ହୋଇଥିବା ବେଳେ ବାନ୍ଧବୀ ମାମାଙ୍କ ମଥାରେ ସିନ୍ଦୁର ପିନ୍ଧାଇଛନ୍ତି ଗୁଡୁ।ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗୁଡୁ ଜଣେ ସୁହାସ୍ୟାଭିନେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଅନେକ ଗୁଡିଏ ସିରିଏଲ, ଆଲବମ ଓ ଫିଲ୍ମରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିଣି ପାରିଛନ୍ତି ଗୁଡୁ। ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

Get real time updates directly on you device, subscribe now.