fbpx

ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ ଏନେଇ ଶୁଣାଣି କରିବ ବୋଲି ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ପେଗାସସ୍ ଦ୍ୱାରା ଦେଶର ଅନେକ ମନ୍ତ୍ରୀ, ସାମ୍ବାଦିକ, ଆଇନଜୀବୀ, ବିପକ୍ଷ ଦଳଳ ନେତା, ସାମାଜିକ କର୍ମୀଙ୍କୁ ଟାର୍ଗେଟ୍ କରାଯାଇ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଆଶଙ୍କା କରାଯାଇଥିଲା । ତେଣୁ ବରିଷ୍ଠ ସାମ୍ବାଦିକ ଏ. ରାମ ଓ ଶଶି କୁମାର ଏନେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ମୁଖ୍ୟ ବିଚାରପତି ରମଣଙ୍କୁ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏହି ମାମଲାରେ ସହଯୋଗ କରିବେ ବୋଲି ଜଣାପଡ଼ିଛି । ଏହି ଇସ୍ରାଏଲ ପେଗାସସ୍ ସଫ୍ଟୱେର ଜଣଙ୍କର ହ୍ୱାଟସଆପ ମେସେଜ, ପାସୱାର୍ଡ, ଇମେଲ, ଫଟୋ, ଭିଡିଓ ଆଦି ଗୁପ୍ତତଥ୍ୟ ସହଜରେ ହାସଲ କରିପାରୁଥିବା ଜଣାପଡ଼ିବା ପରେ ଭାରତ ବ୍ୟତୀତ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଥିଲା । ପୂର୍ବରୁ ଆଇନଜୀବୀ ଏମ.ଏଲ ଶର୍ମା ଓ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ ମଧ୍ୟ ପେଗାସସକୁ ନେଇ ମାମଲା ଦାୟର କରି ଏହା ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ନ୍ୟାୟିକ ଓ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇଥିଲେ ।

Get real time updates directly on you device, subscribe now.