fbpx

ମଣିପୁରରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ରାଜ୍ୟ ସଭାପତି

ନୂଆଦିଲ୍ଲୀ : ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କୋଣ୍ଠଉଜାମ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଉପସ୍ଥିତିରେ ଗୋବିନ୍ଦଦାସ ବିଜେପି ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ ରାଜ୍ୟସଭା ସାଂସଦ ଅନିଲ ବଲୁନି ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ରବିବାର ସକାଳେ ରାଜ୍ୟସଭା ସାଂସଦ ଓ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଅନିଲ ବଲୁନି କହିଥିଲେ, ମଧ୍ୟାହ୍ନ ୧୨ଟାରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ପାର୍ଟିରେ ସାମିଲ ହେବାକୁ ଯାଉଛି । କିନ୍ତୁ ସେ ନାମ ଘୋଷଣା କରିନଥିଲେ । ଏହା ପରେ ଉକ୍ତ ନେତାଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା ।

 

ନିକଟ ଦିନରେ କଂଗ୍ରେସର ଅନେକ ବଡ ନେତା ବିଜେପିରେ ସାମିଲ ହୋଇ ସାରିଛନ୍ତି । ଏଥିରୁ ଜିତିନ ପ୍ରସାଦଙ୍କ ନାମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ସୂଚନାଯୋଗ୍ୟ, ୨୦୨୨ରେ ମଣିପୁର ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏ ନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

Get real time updates directly on you device, subscribe now.