fbpx

ବର୍ଷା ଧୋଇନେଲା ଦ୍ୱିତୀୟ ଦିନର ଖେଳ; ଭାରତ ୧୨୫/୪

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ବର୍ଷାରେ ଧୋଇ ଯାଇଛି । ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନରେ ଭାରତ ୪ ୱିକେଟ ହରାଇ ୧୨୫ ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ କେ ଏଲ ରାହୁଲ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜିର ଦିନରେ ମାତ୍ର ୩୩.୪ ଓଭରର ଖେଳ ସମ୍ଭବ ହୋଇଥିଲା । ପ୍ରଥମ ଦିନରେ ଇଂଲଣ୍ଡ ୧୮୩ ରନରେ ଅଲଆଉଟ ହୋଇଥିବା ବେଳେ ଭାରତ ୫୮ ରନ ପଛରେ ରହିଥିବା ବେଳେ ହାତରେ ୬ଟି ୱିକେଟ ରହିଛି ।

ପ୍ରଥମ ୱିକେଟରେ ରୋହିତ ଶର୍ମା(୩୬) ଓ କେ ଏଲ୍ ରାହୁଲ(୫୭) ୯୭ ରନ୍ ଯୋଡିଥିଲେ । ତେବେ ପରବର୍ତ୍ତୀ ୨୮ ରନରେ ଦଳ ୪ଟି ୱିକେଟ ହରାଇଛି । କୋହଲି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଆଜିଙ୍କ୍ୟ ରାହାଣେ(୫) ଓ ପୂଜାରା(୪) ମଧ୍ୟ ବିଫଳ ହୋଇଥିଲେ । ବର୍ଷା ହୋଇ ଖେଳ ବନ୍ଦ ହେବା ବେଳକୁ ରାହୁଲ ୫୭ ରନରେ ଓ ପନ୍ତ ୭ ରନ କରି ବ୍ୟାଟିଂ କରୁଛନ୍ତି । ରାହୁଲ ୧୪୮ ବଲ ଖେଳି ୯ ଚୌକା ସହିତ ୫୭ ରନ୍ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଜେମସ ଆଣ୍ଡରସନ ଦୁଇଟି ଓ ଓଲି ରବିନସନ୍ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.