fbpx

ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲିର ଭୁଲ ଖାଦ୍ୟ-ପାନୀୟକୁ ନେଇ ପେଟରେ ଗ୍ୟାସ ସମସ୍ୟା ଦେଖାଯିବା ସାଧାରଣ ହୋଇଗଲାଣି । କେବଳ ବୟସ୍କ ନୁହେଁ, ବରଂ ଛୋଟରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କ ପେଟରେ ଗ୍ୟାସ୍ ହୋଇଛି, ତେବେ ଆପଣଙ୍କୁ ବିଚଳିତ ଅନୁଭବ ହୋଇଥାଏ ଓ କିଛି କରିବାକୁ ଇଛା ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଗ୍ୟାସ୍ ସମସ୍ୟା ଦୂର କରିବାର କିଛି ସହଜ ଟିପ୍ସ…

– ଯଦି ଆପଣଙ୍କର ଗ୍ୟାସ୍ ହେଉଛି, ତେବେ ଲେମ୍ବୁକୁ ଗରମ ପାଣିରେ ଚିପୁଡିି ପିଅନ୍ତୁ । ଏହା ଆପଣଙ୍କ ବହୁତ ଲାଭଦାୟକ ହେବ ।

– ସେହି ସମୟରେ ଆପଣ ଅତ୍ୟଧିକ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ମଧ୍ୟ ଚାପ ପକାଇଥାଏ ଏବଂ ଗ୍ୟାସର ସମସ୍ୟା ସୃଷ୍ଟି ହୋଇଥାଏ ।

– ଏହା ସହ ଆପଣ ସର୍ବଦା ଖାଦ୍ୟକୁ ଧିରେ ଧିରେ ଚୋବାଇ ଖାଆନ୍ତୁ । ଶୀଘ୍ର ଖାଦ୍ୟ ଖାଇବା ହେତୁ ଗ୍ୟାସ୍ ସୃଷ୍ଟି ହେବାର ସମ୍ଭାବନା ରହିଛି ।

– ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ । ଏପରି କରିବା ଦ୍ୱାରା ଗ୍ୟାସ ସମସ୍ୟା ଶୀଘ୍ର ଉତ୍ପନ୍ନ ହୁଏ ନାହିଁ ।

Get real time updates directly on you device, subscribe now.