fbpx

ଗୋଲ୍ଡ ଜିତିବା ପରେ ନୀରଜଙ୍କ ଉପରେ ଟଙ୍କାବର୍ଷା, ଜାଣନ୍ତୁ କିଏ ଦେଲେ କେତେ ଟଙ୍କା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳତାର ପତାକା ଉତ୍ତୋଳନ କରିଥିବା ନୀରଜ ଚୋପ୍ରା ସମଗ୍ର ଦେଶକୁ ଖୁସି କରିଛନ୍ତି । ସଫଳତା ତାଙ୍କୁ ମିଳିଛି ସତ, କିନ୍ତୁ ସମଗ୍ର ଦେଶ ଓ ସରକାର ଏହାକୁ ପାଳନ କରୁଛନ୍ତି । ପିରଜଙ୍କୁ ଶୁଭେଚ୍ଛା ମିଳିବା ସହ ବଡ଼ ପୁରସ୍କାର ମିଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଜାଭେଲିନାରେ ସ୍ୱର୍ଣ୍ଣ ପଦକ ପାଇବା ମାତ୍ରେ ନିରଜଙ୍କ ଉପରେ ଟଙ୍କା ବର୍ଷା ଆରମ୍ଭ ହୋଇଛି ।

ତେବେ ଧନବର୍ଷାର ପ୍ରକ୍ରିୟା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆରମ୍ଭ କରିଥିଲେ । ନୀରଜଙ୍କ ବିଜୟ ପରେ ସେ ଘୋଷଣା କରିଥିଲେ ଯେ, ଏହି ଷ୍ଟାର ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୬ କୋଟି ଟଙ୍କା ଦିଆଯିବ । ଏହା ସହ କ୍ଲାସ ୱାନର ସରକାରୀ ଚାକିରି ମଧ୍ୟ ଦିଆଯିବ । ପଞ୍ଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସରର ସେ ମୁଖ୍ୟ ହେବେ । ଶସ୍ତାରେ ନୀରଜଙ୍କୁ ଫ୍ଲାଟ ଯୋଗାଇଦିଆଯିବ ।

ଏହା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନୀରଜଙ୍କ ବିଜୟକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସେ ୨ କୋଟି ଟଙ୍କା ଦେବାର ଘୋଷଣା କରିଛନ୍ତି ।
ମଣିପୁର ସରକାର ନୀରଜଙ୍କୁ ୧ କୋଟି ଟଙ୍କା ଦେବାର ଘୋଷଣା କରିଛି । କଣିପୁର କ୍ୟାବିନେଟ ନୀରଜଙ୍କୁ ୧ କୋଟି ଦେବାର ନିଷ୍ପତ୍ତି ନେଇଛି ।

ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପରେ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ନୀରଜଙ୍କୁ ୧ କୋଟି ଟଙ୍କା ଦେବାର ଘୋଷଣା କରିଛି । ନୀରଜଙ୍କ ନାଁରେ ୮୭୫୮ ନମ୍ବର ଥୀବା ସ୍ୱତନ୍ତ୍ର ଥିବା ସ୍ୱତନ୍ତ୍ର ଜର୍ସି ଜାରି କରିବ ସିଏସକେ ।

ବିସିସିଆଇ ମଧ୍ୟ ଟୋକିଓ ଅଲିମ୍ପିକ୍ସର ଖେଳାଳିଙ୍କୁ ସମ୍ମାନ ଦେବାକୁ ଘୋଷଣା କରିଛି । ଗୋଟିଏ ପଟେ ନୀରଜଙ୍କୁ ୧ କୋଟି ଦେବାକୁ ଘୋଷଣା କରିଥିବା ବେଳେ ଚନୁ ଓ ରବିଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଘୋଣୋ କରିଛି । ସିନ୍ଧୁ ଓ ବଜରଙ୍ଗଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା ହୋଇଛି । ଏହି ସମସ୍ତ ଖେଳାଳିଙ୍କୁ ଆଇପିଏଲ ଫାଇନାଲକୁ ଡକାଯାଇଛି ।

ରିୟଲ ଇଷ୍ଟେଟ କମ୍ପାନୀ ଏଲାନ ଗ୍ରୁପ ନୀରଜଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ।

ନୀରଜଙ୍କୁ ଟଙ୍କା ବ୍ୟତୀତ ଇଣ୍ଡିଗୋ ଏୟାରଲାଇନ୍ସ ଦେଇଛି ଖାସ୍ ଉପହାର । କମ୍ପାନୀ ତରଫରୁ ୧ ବର୍ଷ ଲାଗି ମାଗଣା ଯାତ୍ରାର ସୁବିଧା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ନୀରଜଙ୍କୁ ୯ କୋଟିର ପୁରସ୍କାର ଘୋଷଣା ହୋଇଛି । ଆଗକୁ ଏହାର ପରିମାଣ ବଢ଼ିବାର ସମ୍ଭାବନା ରହିଛି ।

ନୀରଜ ଚୋପ୍ରାଙ୍କୁ XUV 700 ଦେବାକୁ ପ୍ରତିଶୃତି ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୋକିଓ ଅଲିମ୍ପିକରେ ଜାଭଲିଙ୍ଗ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳୀ ନୀରଜ ଚୋପ୍ରାଙ୍କୁ କମ୍ପାନୀର ଆଗାମୀ ଏସୟୁଭି XUV 700 ଉପହାରରେ ଦେବା ନେଇ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.