fbpx

ଦୁନିଆର ସବୁଠାରୁ ଭୟଙ୍କର ଅଟ୍ଟାଳିକା, ୩୩ ବର୍ଷ ପରେ ବି ସରିପାରୁନି କାମ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଆଶ୍ଚର୍ଯ୍ୟ କରିବା ପରି ସ୍ଥାନ ଏବଂ କଥା ରହିଛି । ଯାହା ଆଜି ବି ରହସ୍ୟ ଘେରରେ । ସେହିଭଳି ଅନେକ ଭୟଙ୍କର ସ୍ଥାନ ବିଷୟରେ ମଧ୍ୟ ଆପଣ ମାନେ ଶୁଣିଥିବେ ଯାହାକୁ ଲୋକେ ଭୂତ ଥିବା ନେଇ ଡରନ୍ତି ତ କେଉଁ ସ୍ଥାନକୁ ଭୟଙ୍କର ଜୀବଜନ୍ତୁ ମାନଙ୍କ ପାଇଁ ଡରନ୍ତି । ତେବେ ଆଜି ଆମେ ସେହିଭଳି ଏକ ବିଲ୍ଡିଂ ସମ୍ପର୍କରେ ଜାଣିବା ଯାହା ହେଉଛି ଦୁନିଆର ସବୁଠାରୁ ଉଚ୍ଚ ଓ ଭୟଙ୍କର ବିଲ୍ଡିଂ ।

ଉତ୍ତର କୋରିଆରରେ ଥିବା ଏକ ହୋଟେଲ୍ ବିଲ୍ଡିଂକୁ ଭୂତ ସ୍ଥାନ ବୋଲି କୁହାଯାଉଛି । ପିରାମିଡ୍ ପରି ଦୃଶ୍ୟମାନ ହେଉଥିବା ଏହି ଗଗନଶ୍ଚୁମ୍ଭୀ ବିଲ୍ଡିଂର କାମ ଗତ ୩୩ ବର୍ଷ ହେଲା ଚାଲିଛି । କିନ୍ତୁ ଭୂତ ଡର କାରଣରୁ କାମ ପୂରା ହୋଇପାରୁନି । ଏହି ବିଶାଳ ବିଲ୍ଡିଂ ର ନାମ ରୟୁଂଗୋୟୋଙ୍ଗ(Ryugyong) । ଏହା ୟୁ-କ୍ୟୁଙ୍ଗ ନାମରେ ବି ଜଣାଶୁଣା । ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟୋଙ୍ଗ ସହରରେ ସ୍ଥିତ ଏହି ବିଲ୍ଡିଂର ଉଚ୍ଚତା ୩୩୦ ମିଟର୍ ଏବଂ ଏଥିରେ ୧୦୫ ଟି ରୁମ୍ ରହିଛି । ବାହାରୁ ଦେଖିଲେ ଏହି ହୋଟେଲ୍ ଖୁବ୍ ସୁନ୍ଦର ଏବଂ ଭବ୍ୟ ।

ଏକ ରିପୋର୍ଟ ଅନୁଯାୟୀ, ହୋଟେଲ ନିର୍ମାଣରେ କୋରିଆ ସରକାର ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ଏହା ପରେ ମଧ୍ୟ ଏହା ପ୍ରସ୍ତୁତ ହେଉନାହିଁ । ଏହି ହୋଟେଲରେ ସରକାର ପ୍ରାୟ ୫୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜିକା ସମୟରେ ସମଗ୍ର ବିଶ୍ୱ ଏହାକୁ ‘ପୃଥିବୀର ସବୁଠାରୁ ଉଚ୍ଚ ନିଛାଟିଆ କୋଠା’ ଭାବରେ ଜାଣେ । ଏହି ବିଶେଷତା ହେତୁ ଏହାର ନାମ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ମଧ୍ୟ ସ୍ଥାନିତ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ୧୯୮୭ ରେ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.