fbpx

୭୫ତମ ସ୍ଵାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ସାକାର କଲା ସାଇଶକ୍ତି ମହାସଂଘ

ଭୁବନେଶ୍ୱର: ବଡଗଡ ବ୍ରିଟ କଲୋନୀ ସାଇ ଶକ୍ତି   ମହାସଂଘ ର ମହିଳା ମାନେ ଭିନ୍ନ ଉପାୟରେ ଆଜିର ୭୫ତମ ସ୍ଵାଧୀନତା ଦିବସ ପାଳନ କରିଛନ୍ତି । “ଆମ କର୍ମ ଆମ ସ୍ବାଭିମାନ,ମୋ ସମିତି ମୋ ପରିବାର” କୁ ମୂଳ ମନ୍ତ୍ର ଭାବେ ବିଚାର କରି ନିଜେ ସମାଜର ସ୍ୱାବଲମ୍ବୀ ହେବାର କେବଳ ସ୍ୱପ୍ନ ନୁହଁ, ପ୍ରୟାସର ମୂଳଦୁଆ ପକାଇବାରେ ସକ୍ଷମ ହୋଇପାରିଛନ୍ତି । ୭୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଶିଷ୍ଠ ଏହି ମହାସଂଘର ସଦସ୍ୟା ମାନେ ଅନେକ ସାମାଜିକ ଏବଂ ପାରିବାରିକ ପ୍ରତିଘାତ ସତ୍ତ୍ୱେ ନିଜକୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିପାରିଛନ୍ତି । ସେମାନେ କହନ୍ତି – ଏକତା ଏବଂ ଦୃଢ଼ ପ୍ରତିବଦ୍ଧତା ହେତୁ, ଆଜିର ଦିନରେ ନିଜ ପରିବାର ପୋଷଣ ରେ ପୁରୁଷଙ୍କ ସହ ମଧ୍ୟ ସମତୁଲ୍ୟ ହୋଇପାରିଛୁ ।

Get real time updates directly on you device, subscribe now.