fbpx

୧୦ ବର୍ଷର ଅଭିଜ୍ଞତା ପାଇଁ ମିଳିବ ୬୦ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ କରୋନା ସହିତ ଲଢେଇରେ ବ୍ୟସ୍ତ ରହିଥିବା ବେଳେ ଗୋଟିଏ କ୍ଷେତ୍ର କିନ୍ତୁ ଆଗକୁ ଆଗେଇ ଚାଲିଛି । ଏହା ହେଉଛି ଆଇଟି ଇଣ୍ଡଷ୍ଟ୍ରୀ । ପୂର୍ବରୁ ଆଇଟିରେ ଶସ୍ତା ଶ୍ରମିକ ପାଇଁ ପ୍ରସିଦ୍ଧ ଥିବା ଭାରତରେ କିନ୍ତୁ ପରସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଭାରତରେ ଶସ୍ତା ଆଇଟି କର୍ମୀ ବର୍ତ୍ତମାନ ମିଳିବା ଅସମ୍ଭବ ହୋଇଥିବା ବେଳେ ମିଳୁଥିବା ବେତନ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ଭାରତରେ ୧୦ ବର୍ଷର ଅଭିଜ୍ଞତା ରହିଥିବା କର୍ମଚାରୀଙ୍କୁ ବାର୍ଷିକ ୫୦ରୁ ୬୦ ଲକ୍ଷ ଟଙ୍କାର ବେତନ ମିଳୁଥିବା ବେଳେ ଏହା କମ୍ପାନୀ ଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହା ସହିତ ଏକାଧିକ ଛୋଟ ଛୋଟ କମ୍ପାନୀ ନିଜ କମ୍ପାନୀର ଅର୍ଥନୈତିକ ବ୍ୟବସ୍ଥାକୁ ପୁନଃସମୀକ୍ଷା କରିବାରେ ବ୍ୟସ୍ତ ଥିବା ଜଣାପଡିଛି ।

ତେବେ ଅଚାନକ ଭାବରେ ଏମିତି ଦରମା ବୃଦ୍ଧି ଭାରତୀୟ ଆଇଟି ଇଣ୍ଡଷ୍ଟ୍ରୀ ପାଇଁ କ୍ଷତିକାରକ ହେବ ବୋଲି ଟ୍ୟାଲେଣ୍ଟ-୫୦୦ କମ୍ପାନୀର ପ୍ରତିଷ୍ଠାତା ବିକ୍ରମ ଆହୁଜା । ହଠାତ ଯେଉଁଭଳି ଭାବେ ୫୦-୧୦୦ ପ୍ରତିଶତର ଦରମା ବୃଦ୍ଧି କରାଗଲା ଏହା ଏକ ଖରାପ ପ୍ରଭାବ ପକାଇବ ଏବଂ କମ୍ପାନୀ ଗୁଡିକ ଭାରତ ଆସିବା ପୂର୍ବରୁ ଚିନ୍ତା କରିବେ ବୋଲି ଆହୁଜା କହିଛନ୍ତି । ସମାନ ଭାବରେ ଏହା ବିରୋଧରେ ମତ ପୋଷଣ କରିଛନ୍ତି ଆଣ୍ଟାଲ ଇଣ୍ଡିଆ ପାର୍ଟନର ଭିନୁ ନାୟାର । ଦେଶରେ ଏଭଳି ପରସ୍ଥିତି ଜାରି ରହିଲେ ଭାରତ ବଦଳରେ ବିଭିନ୍ନ କମ୍ପାନୀ ଗୁଡିକ ପୋଲାଣ୍ଡ, ଭିଏତନାମ, ଫିଲିପାଇନ୍ସ ଓ ୟୁକ୍ରେନ ପରି ଦେଶକୁ ବିକଳ୍ପ ସ୍ଥାନ ଭାବରେ ବାଛି ପାରନ୍ତି ବୋଲି କହିଛନ୍ତି ନାୟାର ।

Get real time updates directly on you device, subscribe now.