fbpx

ଧୂମପାନ ଅଭ୍ୟାସ ଛାଡ଼ିବେ କିପରି, ଆପଣାନ୍ତୁ ଏହିସବୁ ତରିକା

ବର୍ତ୍ତମାନ ସମୟରେ ଯୁବପୀଢ଼ିଙ୍କ ପାଇଁ ଧୂମପାନ ହେଉଛି ଏକ ମୁଖ୍ୟ ସମସ୍ୟା । ଏହାର କବଳରେ ପଡ଼ି ଅନେକଙ୍କ ଜୀବନହାନୀ ହେଉଥିବା ଦେଖାଯାଉଛି । ଧୂମପାନ କରିବା ସମୟରେ ନିର୍ଗତ ଧୂଆଁ ଆମର ଫୁସଫୁସ୍ ପାଇଁ ବହୁତ କ୍ଷତିକାରକ । ସମଗ୍ର ବିଶ୍ୱରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ପ୍ରତିଶତ ଭାରତରେ ରହିଛନ୍ତି । ଧୂମପାନରେ ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଅଛୁ, ଯାହାକୁ ପ୍ରୟୋଗ କରି ଆପଣମାନେ ଧୂମପାନ ନିଶାଠାରୁ ସହଜରେ ଦୂରେଇ ପାରିବେ ।

– ସାଧାରଣତଃ ଧୂମପାନ ନିଶାକୁ ତ୍ୟାଗ କରିବା କଷ୍ଟକର । ତେଣୁ ପ୍ରଥମେ ଏହାକୁ ଛାଡ଼ିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । କେଉଁ ସମୟରେ ଆପଣ ଧୂମପାନ କରନ୍ତି ତାହା ସ୍ଥିର କରନ୍ତୁ । ଧୂମପାନ ପ୍ରତି ନିଜର ନିର୍ଭରଶୀଳତାକୁ ଧୀରେ ଧୀରେ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ତେବେ ଏହା ଛାଡ଼ିବା ପାଇଁ ଆପଣ ବନ୍ଧୁଙ୍କ ସହିତ ବାଜି ଲଗାଇ ପାରନ୍ତି ।

– ଓଟସରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍-ବି ରହିଥାଏ । ଏହା ଆମ ସ୍ନାୟୁ ପାଇଁ ଲାଭଦାୟକ ଅଟେ । ଓଟସ୍ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହ ଧୂମପାନ ଅଭ୍ୟାସକୁ ହ୍ରାସ କରିଥାଏ ।

– ଅଁଳାରେ ଅତ୍ୟଧିକ ଭିଟାମିନ-ସି ରହିଥାଏ । ଏହା ଧୂମପାନ ପରି କୁଅଭ୍ୟାସକୁ ଛାଡ଼ିବାରେ ସାହାଯ୍ୟ କରେ । ଭିଟାମିନ-ସି ନିକୋଟିନର ଇଚ୍ଛାକୁ ହ୍ରାସ କରିଥାଏ । ସେଥିପାଇଁ ଅଁଳା ଖଣ୍ଡରେ ଲୁଣ ମିଶାଇ ଖାଇବା ଉଚିତ ।

– ମହୁରେ ଭିଟାମିନ, ଏନଜାଇମ ଓ ପ୍ରୋଟିନ ଥାଏ । ଶୁଦ୍ଧ ମହୁ ବ୍ୟବହାର ଦ୍ୱାରା ଧୂମପାନ ଠାରୁ ଦୂରେଇ ହେବ । ଅଦାର ବ୍ୟବହାର ମଧ୍ୟ ଧୂମପାନ ଠାରୁ ଦୂରେଇ ଥାଏ ।

Get real time updates directly on you device, subscribe now.