fbpx

ମୁହଁ ଖୋଲିଲେ ଅଶ୍ରଫ ଘନି; ରକ୍ତପାତ ଏଡାଇବା ପାଇଁ ଦେଶ ଛାଡିଛି

ନୂଆଦିଲ୍ଳୀ: ଦେଶ ଛାଡି ପଳାୟନ କରିଥିବା ଆଫଗାନ ରାଷ୍ଟ୍ରପତି ଅଶ୍ରଫ୍ ଘନି ଶେଷରେ ମୁହଁ ଖୋଲିଛନ୍ତି । ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଘନି ଦେଶ ଛାଡି ପଳାୟନ କରିଥିଲେ । ଘନି ନିଜ ପରିବାର ସହିତ ୟୁଏଇରେ ଅବସ୍ଥାନ କରୁଥିବା ନେଇ ୟୁଏଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯିବାର କିଛି ଘଣ୍ଟା ମଧ୍ୟରେ ଘନି ଏକ ଭିଡିଓ ବାର୍ତ୍ତା ଜରିଆରେ ଆଫଗାନ ବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦୁବାଇରୁ ଘନି ନିଜର ଏହି ଭିଡିଓ ବାର୍ତ୍ତାକୁ ଫେସବୁକ୍ ଜରିଆରେ ଶେୟାର କରିଛନ୍ତି ।

ଆଫଗାନିସ୍ତାନରେ ରକ୍ତପାତ ନ କରିବା ପାଇଁ ସେ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ଆଫଗାନ ସେନା ବାହିନୀକୁ ମଧ୍ୟ ଘନି ଧନ୍ୟବାଦ ଜଣାଇଥିଲେ । ଏହି ଭିଡିଓରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଏବଂ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲ୍ଟେନବର୍ଗଙ୍କୁ ଜବାବ ଦେଇଛନ୍ତି ଘନି । ଯେଉଁ ମାନେ ଦେଶର ପରସ୍ଥିତି ସମ୍ପର୍କରେ ଜାଣି ନାହାନ୍ତି ସେମାନେ ଚୁପ ରହିବା ଶ୍ରେୟସ୍କର ବୋଲି ଘନି କହିଛନ୍ତି । ସମ୍ପ୍ରତି ଘଟୁଥିବା ଘଟଣାକୁ ନେଇ ମୋ ବ୍ୟକ୍ତିତ୍ୱକୁ ଆକଳନ କରିବା ଠିକ ନୁହେଁ ବୋଲି ଘନି କହିଛନ୍ତି । ତାଲିବାନ ସହିତ ଆଫଗାନ ସରକାରଙ୍କ ଆଲୋଚନା ବିଫଳ ହୋଇଥିଲା ଯାହାକି ଆମର ବିଫଳତା ବୋଲି ମଧ୍ୟ କହିଛନ୍ତି ଘନି ।

୪ଟି ଟଙ୍କା ଭର୍ତ୍ତି କାର ସହିତ ପଳାୟନ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଘନି । ଏ ସମ୍ପର୍କରେ ୟୁଏଇ ବର୍ହିବ୍ୟାପାର ନିକଟରୁ ସୂଚନା ମିଳିପାରିବ ବୋଲି ଘନି କହିଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ କ୍ଷମତା ହସ୍ତାନ୍ତର କରିବା ପାଇଁ ସେ ଦେଶ ଛାଡିଛନ୍ତି ବୋଲି ଘନି କହିଛନ୍ତି ।

Get real time updates directly on you device, subscribe now.