fbpx

ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଘରୋଇ ଏଲପିଜି ମୂଲ୍ୟକୁ ନେଇ ସାଧାରଣ ଲୋକଙ୍କୁ ପୁଣି ଥରେ ଝଟକା ଲାଗିଛି । ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକ ଗ୍ୟାସ ମୂଲ୍ୟ ପୁଣି ବଢ଼ାଇଦେଇଛନ୍ତି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସକୁ ୨୫ ଟଙ୍କା ମହଙ୍ଗା କରିଛନ୍ତି । ମୂଲ୍ୟ ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି ।

ତେବେ ଏଲପିଜିର ନୂଆ ନିୟମ ଲାଗୁ ହୋଇ ସାରିଛି । ଅନ୍ୟପଟେ ମୁମ୍ବାଇରେ ଗ୍ୟାସ୍ ଦର ବଢ଼ି ୯୫୯.୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ୮୮୬, ଚେନ୍ନାଇରେ ୮୭୫.୫ ଟଙ୍କା ହୋଇଛି । ସୂଚନା ମୁତାବକ, ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ପରି ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡରର ଦାମ ମଧ୍ୟ ୬୮ ଟଙ୍କା ମହଙ୍ଗା ହୋଇଛି । ଦିଲ୍ଲୀରେ ଏହାର ଦାମ ୧,୬୧୮ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ବି ୧ ଜୁଲାଇରେ ଘରୋଇ ସିଲିଣ୍ଡରର ଦାମ୍ ବଢିଥିଲା । ତୈଳ କମ୍ପାନୀଗୁଡିକ ଏହାର ଦାମ୍ ୨୫ ଟଙ୍କା ବଢ଼ାଇଥିଲେ ।

Get real time updates directly on you device, subscribe now.