fbpx

ଫିଡବ୍ୟାକ୍ ନେବା ପାଇଁ ଟ୍ରେନର ଜେନେରାଲ୍ କୋଚରେ ଯାତ୍ରା କଲେ ରେଳମନ୍ତ୍ରୀ, ସୁବିଧା-ଅସୁବିଧା ସମ୍ପର୍କରେ ଯାତ୍ରୀଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ଜନତାଙ୍କ ମତାମତ ନେବା ପାଇଁ ନେତା ମନ୍ତ୍ରୀ ମାନେ ସେମାନଙ୍କ ପାଖରେ ପହଞ୍ଚିଯାଆନ୍ତି । ଗୁରୁବାର ରେଳ ମନ୍ତ୍ରୀ ଅଶ୍ୱିନା ବୈଷ୍ଣବ ମଧ୍ୟ କିଛି ଏପରି କରିଛନ୍ତି । ସେ ଅଚାନକ ଟ୍ରେନ୍ ଯାଇଥିବା ଯାତ୍ରୀଙ୍କ ମଧ୍ୟରେ ପହଞ୍ଚିଥିଲେ । ଏହି ସମୟରେ ସେ ଯାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଟ୍ରେନ୍ ରେ ଉପଲବ୍ଧ ହେଉଥିବା ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ଅର୍ଥାତ୍ ଫିଡବ୍ୟାକ୍ ନେଇଛନ୍ତି ।

ସୂଚନା ଯେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଭୁବନେଶ୍ୱରରୁ ରାୟଗଡ଼ା ରେଳରେ ଯାତ୍ରା କରିଥିଲେ । ଏହି ସମୟରେ ସେ କେବଳ ଯାତ୍ରୀଙ୍କ ସହ କଥାବାର୍ତ୍ତା କରିନାହାନ୍ତି ବରଂ ରେଳ ବିଭାଗକୁ ପ୍ରଧାନମନ୍ତ୍ରୀଙ୍କ ଭିଜନ୍ କଣ ରହିଛି ତାକୁ ନେଇ ମଧ୍ୟ ଲୋକଙ୍କୁ ଅବଗତ କରାଇଥିଲେ । ଯାତ୍ରୀଙ୍କ ସହିତ ଆଲୋଚନା କରିବା ସମୟରେ ସେ ସ୍ଥାନୀୟ ଭାଷାରେ କଥା ହୋଇଥିଲେ ତଥା ଓଡ଼ିଆରେ କଥା ହୋଇଥିଲେ ।

Get real time updates directly on you device, subscribe now.