fbpx

ପୁଣି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର, ୧୯ା୨(ଓଡ଼ିଶା ଭାସ୍କର): ଚଳିତବର୍ଷର ଆଜିଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜି ଦିନ ୧୦ଟାରୁ ୧୨ଟା ୩୦ ଯାଏଁ ପରୀକ୍ଷା ହୋଇଥିଲା । ଏହାସହ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା ।

କିନ୍ତୁ ଆଜି ପ୍ରଥମ ଦିନରେ ପୁଣିଥରେ ଗତବର୍ଷ ପରି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପରୀକ୍ଷାର ଘଣ୍ଟାଏ ନପୁରୁଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି । ମୋବାଇଲରୁ ମୋବାଇଲକୁ ଘୁରିବୁଲିଥିଲା ମାତୃଭାଷା ପ୍ରଶ୍ନପତ୍ର । କିନ୍ତୁ ପ୍ରଶ୍ନପତ୍ର ଅସଲି କି ନକଲି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ଅନ୍ୟପଟେ ପ୍ରଶ୍ନପତ୍ର ଭାିରାଲକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ହେବା ନେଇ କୌଣସି ସତ୍ୟତା ଜଣାପଡ଼ି ନାହିଁ । ସତ୍ୟତା ଜଣାପଡ଼ିଲେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.