fbpx

ଯବାନଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ପୋଲିସ ଅଫିସରଙ୍କ ଜୀବନ

ବିଶାଖାପାଟଣା: ସଡ଼କ ଦୁର୍ଘଟଣା ଯୋଗୁଁ ୪ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜଣେ ଯବାନଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ୪ ପୋଲିସ ଅଧିକାରୀଙ୍କ ଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ଥିବା ବେଳେ ୩ ଜଣ କନଷ୍ଟେବଲ ଥିବା ସୂଚନା ମିଳିଛି । ପଲାସା ନିକଟ ଏନଏଚ ୧୬ରେ ପୋଲିସ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚକା ଫାଟିଯିବାରୁ ଅପର ପାଶ୍ୱର୍କୁ ମାଡ଼ିଯାଇ ଏକ ଟ୍ରକକୁ ଧକ୍କା ଦେଇଥିଲା ବୋଲେରୋ । ଏଥିରେ ଆଉ କିଛି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଛାନଭିନ୍ ଜାରି ରହିଛି ।

Get real time updates directly on you device, subscribe now.