fbpx

ଶନିଦେବଙ୍କୁ କାହିଁକି ତେଲ ଅର୍ପଣ କରାଯାଏ: ଜାଣନ୍ତୁ ଏହା ପୌରାଣିକ କଥା, ତେଲ ଅର୍ପଣ କଲେ ମିଳିବ ଏହି ସବୁ ପାଇଦା

ଭୁବନେଶ୍ଷର (ଭାସ୍କର ନ୍ୟୁଜ୍) : ଶନିଦେବଙ୍କୁ କର୍ମଫଳ ଦେବତା ବା କର୍ମଫଳ ଦେଉଥିବା ଗ୍ରହ ଭାବେ ବିଶ୍ୱାସ କରାଯାଏ । ଶନିଦେବଙ୍କୁ ତେଲ ଅର୍ପଣ କରାଯାଇଥାଏ । ପୌରାଣିକ କଥାରେ ବର୍ଣ୍ଣନା କରାଯାଇଛି ଯେ, ଅହଙ୍କାରୀ ରାବଣ ନିଜ ବଳରେ ସମସ୍ତ ଗ୍ରହଙ୍କୁ ବନ୍ଦୀ କରିଦେଇଥିଲା । ଶନିଦେବଙ୍କୁ ମଧ୍ୟ ରାବଣ ବନ୍ଦୀ କରି ଓଲଟା ଟାଙ୍ଗି ଦେଇଥିଲା । ଯେତେବେଳେ ହନୁମାନ, ପ୍ରଭୁ ରାମଚନ୍ଦ୍ରଙ୍କ ଦୂତ ସାଜି ଲଙ୍କାରେ ପହଁଚିଲେ, ରାବଣ ହନୁମାନଙ୍କ ଲାଞ୍ଜରେ ମଧ୍ୟ ନିଆଁରେ ଲଗାଇଦେଇଥିଲା । ରାବଣର ଏସବୁ କାରନାମାରେ ହନୁମାନ କ୍ରୋଧିତ ହୋଇଯାଇଥିଲେ । ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇଦେବାରୁ ହନୁମାନ ରାଗିଯାଇ ପୁରା ଲଙ୍କାରେ ନିଆଁ ଲଗାଇଦେଇଥିଲେ । ଫଳରେ ସମ୍ପୂର୍ଣ୍ଣ ଲଙ୍କା ଜଳିଯାଇଥିଲା ଏବଂ ସମସ୍ତ ଗ୍ରହ ମୁକ୍ତ ହୋଇଯାଇଥିଲେ । କିନ୍ତୁ ଓଲଟା ଟଙ୍ଗାଯାଇଥିବା କାରଣରୁ ଶନିଦେବଙ୍କର ଭୀଷଣ ଶରୀର ପୀଡା ହେଉଥିଲା । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ଶନିଦେବଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ହନୁମାନ ତାଙ୍କୁ ତେଲ ଲଗାଇ ମାଲିସ କରିଦେଇଥିଲେ । ଫଳରେ ଶନିଦେବ ଶରୀର ପୀଡାରୁ ମୁକ୍ତି ପାଇଥିଲେ । ସେତେବେଳେ ଶନିଦେବ କହିଥିଲେ ଯେ, ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହ ତାଙ୍କୁ ତେଲ ଅର୍ପଣ କରିବ, ତାର ସବୁ ସମସ୍ୟା ଦୂର ହେବ । ସେହିଦିନଠାରୁ ଶନିଦେବଙ୍କୁ ତେଲ ଅର୍ପଣ କରିବ ପରମ୍ପରା ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣିତ ରହିଛି ।

Get real time updates directly on you device, subscribe now.