fbpx

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର, ପରିବାର ପିଛା ଦିଆଯିବ ୨ ଲକ୍ଷ ଟଙ୍କା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହସି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତଙ୍କ ପରିବାରକୁ ଘର ମିଳିବ । ୮ ଏକର ଜମିରେ ବ୍ୟବସ୍ଥା କରାଯିବ ଏବଂ ପରିବାର ପିଛା ୬ଶହ ବର୍ଗଫୁଟ ମିଳିବ । ଏଥିପାଇଁ ସେବାୟତଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରାଯିବ । ଏହି ଆବେଦନ ପତ୍ରକୁ ବିଚାରକୁ ନିଆଯାଇ ଘରପାଇଁ ପ୍ଲଟ୍ ଦିଆଯିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ । ତେବେ ଏହି ଦୁଇ ଲକ୍ଷ ଟଙ୍କା ସହିତ ସେବାୟତ ମାନେ ନିଜ ପକ୍ଷରୁ ଆଉ ଅର୍ଥ ଲଗାଇ ଘର କରିପାରିବେ । ବୈଠକରେ ଏନେଇ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

Get real time updates directly on you device, subscribe now.