fbpx

ରୁଷିଆ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ନେଇ ଚୁକ୍ତି କରିଛି ଭାରତ

ନୂଆଦିଲ୍ଲୀ: ଭାରତ ଜରୁରୀକାଳୀନ କ୍ରୟ ଅଧୀନରେ ରୁଷିଆ ନିକଟରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ପାଇଁ ଚୁକ୍ତି କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ସଶସ୍ତ୍ର ବାହିନୀ ପାଇଁ ଏହି ଚୁକ୍ତିନାମା କରାଯାଇଛି, କିନ୍ତୁ ଅଧିକାଂଶ ରାଇଫଲ ଭାରତୀୟ ବାୟୁସେନାକୁ ଦିଆଯିବ ବୋଲି ବିଶ୍ୱାସ କରାଯାଉଛି। ଭାରତକୁ ୧.୫ ଲକ୍ଷ ଏହି ନୂତନ ରାଇଫଲର ଆବଶ୍ୟକତା ରହିଛି । ଏଥିସହିତ ଏକେ-୧୦୩ ରାଇଫଲ୍ ଆଗାମୀ କିଛି ମାସ ଭିତରେ ସେବାରେ ଆସିବା ନେଇ ଆଶା କରଯାଉଛି ।ଏହାଦ୍ୱାରା ଆତଙ୍କବାଦୀ ମାନଙ୍କ ସହିତ ଲଢ଼ିବା ସହଜ ହୋଇଯିବ ।

ଗତ କିଛି ସପ୍ତାହ ମଧ୍ୟରେ ୩୦୦ କୋଟି ଟଙ୍କାର ଏମେର୍ଜନ୍ସି ଚୁକ୍ତି କରାଯାଇଥିବାରୁ ଏହା ଅଳ୍ପ ଦିନ ମଧ୍ୟରେ ଭାରତକୁ ମିଳିଯିବ । ଆଫଗାନିସ୍ତାନର ବର୍ତମାନ ଅବସ୍ଥା ଏବଂ ଚୀନ, ପାକିସ୍ତାନକୁ ଆଖି ଆଗରେ ରଖି ଭାରତୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି । ଜମ୍ମୁ-କଶ୍ମୀର, ଶ୍ରୀନଗର ପରି ସମ୍ବେଦନଶୀଳ ଅଂଚଳରେ ଏହା ପ୍ରଥମେ ସେନାଙ୍କୁ ଦିଆଯିବ । ତାଲିବାନମାନେ ଆମେରିକାର ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାତମୁଠାକୁ ନେଇ ଯାଇଥିବାରୁ ଭାରତ ଚିନ୍ତାରେ ପଡିଛି ।

 

Get real time updates directly on you device, subscribe now.