fbpx

ବନ୍ଧୁକ ମୁନରେ ଖବର ପଢ଼ୁଛନ୍ତି ସାମ୍ବାଦିକ, ଦେଖନ୍ତୁ ଭିଡିଓ

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ସେମାନଙ୍କୁ ନ ଡରିବାକୁ ଅଫିଲ୍ କରିଥିଲେ ଏବଂ ପ୍ରେସ୍ ର ସ୍ୱତନ୍ତ୍ରତା ସମ୍ପର୍କରେ ଗଳା ଫାଡ଼ି ଚିତ୍କାର କରୁଥିଲେ । ହେଲେ ଧୀରେ ଧୀରେ ଅସଲ ଚେହେରା ସାମନାକୁ ଆସୁଛି । କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓରେ ଜଣେ ଟିଭି ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଲିବାନି ମାନେ ଖବର ପଢ଼ାଉଛନ୍ତି ଓ ନିଜର ପ୍ରଶଂସା କରାଉଛନ୍ତି ।

ଭିଡିଓରେ ସାମ୍ବାଦିକଙ୍କ ପଛ ପଟେ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ଠିଆ ହୋଇଛନ୍ତି । ଆଉ ସାମ୍ବାଦିକ ଜଣକ ଖବର ପଢ଼ୁଛନ୍ତି । ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି । ତେବେ ଭିଡିସଟି କେବେ ଓ କେଉଁଠି ଶୁଟ୍ ହୋଇଛି ତାହା ଜଣାପଡ଼ିନାହିଁ । ଭାଇରାଲ୍ ପରେ ସାରା ଦୁନିଆ ଏବେ ତାଲିବାନିଙ୍କ ପ୍ରେସ୍ ସ୍ୱତନ୍ତ୍ରତା ନେଇ କହିଥିବା ବିବୃତ୍ତି ଉପରେ ପ୍ରଶ୍ନ ଉଠାଯାଇଛି ।

Get real time updates directly on you device, subscribe now.