fbpx

ଶିଶୁଙ୍କ ପାଇଁ ନୀଳମାଧବଙ୍କ ନୂଆ ଫିଲ୍ମ ‘ବିଶ୍ୱ’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଏକ କାହାଣୀକୁ ନେଇ ନିର୍ମିତ ନୂଆ ଶିଶୁ ଚଳଚ୍ଚିତ୍ର ‘ବିଶ୍ୱ’କୁ ନେଇ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ଉତ୍ସାହିତ ଅଛନ୍ତି । ଯେଉଁଥିରେ ଜଣେ ଶିଶୁଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ର ସମ୍ପର୍କରେ ନୀଳମାଧବ କହିଛନ୍ତି ଯେ ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ୨୮.୬% ହେଉଛନ୍ତି ଶିଶୁ । ତଥାପି ଆମ ପାଖରେ ଶିଶୁକୈନ୍ଦ୍ରିକ କିମ୍ବା ସେମାନଙ୍କ ସମସ୍ୟାଗୁଡିକ ଉପରେ ଆଲୋକପାତ କରୁଥିବା ଖୁବ୍ କମ୍ ଚଳଚ୍ଚିତ୍ର ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନାରେ ଅନୁଜ ତ୍ୟାଗି ପଦାର୍ପଣ କରିବେ ।

‘ବିଶ୍ୱ’ରେ ଜଣେ ଦୃଷ୍ଟିହୀନ ବାଳକର ଜୀବନ ଓ ସେ କିଭଳି ଚିଲିକା ହ୍ରଦ କୂଳରେ ଥିବା ଏକ ଗ୍ରାମର ହିରୋ ହୋଇପାରୁଛି, ତାହା ଉପରେ ପର୍ୟ୍ୟବେସିତ । ଅଭିନେତା ବିନୟ ପାଠକ, ଯଜ୍ଞ ଭାସିନ, ସାରିବ୍ ହାସମି, ଅଭିନେତ୍ରୀ ଉଷା ଯାଦବ ପ୍ରମୁଖ ଭୂମିକାରେ ନଜର ଆସିବେ । ଓଡ଼ିଶାର ଚିଲିକା, ଭୁବନେଶ୍ୱର ଓ ପୁରୀର ସୌନ୍ଦର୍ୟ୍ୟପୂର୍ଣ୍ଣ ପରିବେଶରେ ଫିଲ୍ମର ସୁଟିଂ କରାଯାଇଛି । ନିର୍ଦ୍ଦେଶକ ଅନୁଜ ତ୍ୟାଗୀ କହିଛନ୍ତି, ଲକଡାଉନ ପୂର୍ବରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ସହ ‘ବଷ୍ଟର ଫିଲ୍ମ ଫେଷ୍ଟିଭାଲ’ ପାଇଁ ଚୟନ ହୋଇଥିବାରୁ ଗୌରବର ବିଷୟ ।

Get real time updates directly on you device, subscribe now.